ପୁରୀରେ ପାଳିବେ କୁମାର ଉତ୍ସବ

0

ପୁରୀ/ ଜୟନ୍ତ ସେଠୀ :୫୫ ତମ କୁମାର ଉତ୍ସବ ଆସନ୍ତା ୧୦ ତାରିଖ ଠାରୁ ୧୨ ତାରିଖ ପର୍ୟ୍ୟନ୍ତ ପୁରୀ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ।୫୫ ତମ କୁମାର ଉତ୍ସବ ରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅନେକ ସାଂସ୍କୃତିକ ଅନୁଷ୍ଠାନ , ସମ୍ବଲପୁରୀ ଲୋକ ନୃତ୍ୟ, ଫ୍ୟୁଜନ ନୃତ୍ୟ, ସଙ୍ଗୀତ ପରିବେଷଣ ବିଶିଷ୍ଠ କଣ୍ଠ ଶିଳ୍ପୀ ଯୋଲୀ ମୁଖାର୍ଜୀ , ତିଲକ ଚକ୍ରବର୍ତ୍ତୀ, ଦେବନ୍ସି ଦାସ, ଦର୍ଶନା କର ଙ୍କୁ ନେଇ ତିନିଦିନ ସାଂସ୍କୁତିକ କାର୍ୟ୍ୟକ୍ରମ ହେବ। ଏହି ଅବସରରେ କଳା, ସଂସ୍କୃତି, ସମାଜସେବା ଆଦି ବିଭିନ୍ନ ବର୍ଗ ରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ପୁରସ୍କୃତ କରାଯିବ। ତେଣୁ ସମସ୍ତ କାର୍ୟ୍ୟ କୁ ପୁରୀ ବାସି ଉପଭୋଗ ନିମନ୍ତେ ସାମିଲ ହେବାକୁ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ।