ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ , ବାଲିଘାଇ ରାସ୍ତା ଅବରୋଧ

0

( ଜୟନ୍ତ କୁମାର ସେଠୀ) : ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ ଦେହ ଉଦ୍ଧାର । ଗତକାଲି ରାତିରେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମର ନିରଞ୍ଜନ ବେହେରା ଭୋଜି ଖାଇବାକୁ ଯାଇ ଘରକୁ ଫେରି ନଥିଲେ। ପରିବାର ଲୋକେ ସକାଳୁ ଖବର ପାଇଲେ ନିରଞ୍ଜନଙ୍କ ମୃତଦେହ ଜାଉଁଳି ପୋଖରୀ ରାସ୍ତାରେ ପଡ଼ିରହିଛି, ପରିବାର ତରଫରୁ ନିରଞ୍ଜନଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଥିବାବେଳେ ଏନେଇ ସ୍ଥାନୀୟ ବାସିନ୍ଦା ବାଲିଘାଇ ଗୋପ ରାସ୍ତା ଅବରୋଧ କରିଥିଲେ । ଏନେଇ ପରିବାର ତରଫରୁ ଗୋପ ଥାନାରେ ଏତଲା ଦିଆଯାଇଛି । ଘଟଣା ସ୍ଥଳରେ ନିମାପଡ଼ା ସଡିପିଓ ଗ୍ରାମବସୀ ଓ ପରିବାରବର୍ଗକୁ ବୁଝାସୁଝା କରିଥିଲେ । କିନ୍ତୁ ସ୍ଥାନୀୟ ବାସୀଙ୍କ ଦାବି ଥିଲା ଯେ, ଯେପର୍ଯ୍ୟନ୍ତ ଆସାମୀକୁ ଗରିଫ କରାନଯିବ ସେ ପର୍ଯ୍ୟନ୍ତ ରାସ୍ତାରୋକ ହଟିବନାହିଁ । ସେପଟେ ନିମାପଡ଼ା ସିଡିପିଓ ଏହି ଘଟଣାରେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ଏହି ଘଟଣାର ତୁରନ୍ତ ତଦନ୍ତ କରାଯିବା ସହ ପ୍ରକୃତ ଦୋଷୀକୁ ଗରିଫ କରାଯାଉ ବୋଲି ଗ୍ରାମବାସୀ ଦାବି କରିଥିିଲେ ।