(ଜୟନ୍ତ କୁମାର ସେଠୀ /ପୁରୀ): ଆକ୍ସନ ମୋଡରେ ପୁରୀ ପୋଲିସ। ପୁରୀ ସହରକୁ ଅପରାଧ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ପୁରୀ ଏସଲି କେ ବିଶାଳ ସିଂ ନିର୍ଦ୍ଦେଶ କ୍ରମେ ପୁରୀ ସିଟି ଡ଼ିଏସପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇ ପୁରୀ ସହରରେ ବିଭିନ୍ନ ଅପରାଧି ରେ ଜଡିତ ହାର୍ଡ କୋର କ୍ରିମି ନାଲଙ୍କ ଉପରେ ଚଢଉ କରାଯାଇଛି। ଏହି ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ପୁରୀ ପୋଲିସ ୧୮ ଜଣ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଅପରାଧି ମାନେ ଦାଦାବଟି , ହତ୍ୟାକାଣ୍ଡ ଭଳି ସଙ୍ଗିନୀ ଅପରାଧ ରେ ଜଡିତ ଥିବା ବିଭିନ୍ନ ଥାନା ରେ ଅଭିଯୋଗ ରହିଛି। ତେବେ ଅପରାଧୀ ମାନେ ବିଭିନ୍ନ ଅପରାଧ ପରେ ପୋଲିସକୁ ଚକମା ଦେଖା ଲୁଚି ରହିଥିଲେ। ତେବେ ପୁରୀ ପୋଲିସ ଅପରାଧି ଙ୍କ ପ୍ରତୀ ଜିରୋ ଟୋଲେରାନ୍ସ ନୀତି ଆରମ୍ଭ କରିଥିବା ବେଳେ ଅଗାମୀ ଦିନରେ ଆହୁରି ଚଢ଼ାଉ କରାଯାଇ ଅପରାଧୀଙ୍କୁ ଜେଲ ପଠାଯିବ ବୋଲି ପୁରୀ ଏସ୍ପି ସୂଚନା ଦେଇଛନ୍ତି। ସେହିପରି ପୁରୀ ପୋଲିସ ପକ୍ଷରୁ ସୋସିଆଲ ମିଡିଆରେ ପୁରୀ ଏସପି ଓ ସିଟି ଡିଏସପିଙ୍କ ନମ୍ବର ଦିଆଯାଇଛି। କୌଣସି ଅପରାଧି ବିଷୟରେ ଲୋକ ମାନେ ସିଧାସଳଖ ଅଭିଯୋଗ କରିପାରିବେ। ଏ ନେଇ ପରିଚୟ ଗୋପନ ରଖାଯିବ ଏବଂ ସୂଚନାକୁ ନେଇ ପୋଲିସ ପକ୍ଷରୁ ପୁରସ୍କାର ଦିଆଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।