Reporters Today
  • Home
  • ଓଡିଶା
  • ଅପରାଧିଙ୍କୁ ସାବାଡ଼ କରିବ ପୁରୀ ପୋଲିସ
ଓଡିଶା

ଅପରାଧିଙ୍କୁ ସାବାଡ଼ କରିବ ପୁରୀ ପୋଲିସ

(ଜୟନ୍ତକୁମାର ସେଠି / ଗୋପ) ; ଅପରାଧିଙ୍କୁ ସାବାଡ଼ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଚାଲିଛି ସ୍ୱତନ୍ତ୍ର ଅଭିଯାନ।ଏନେଇ ୧୧ ଜଣ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗତ ୩୧ ତାରିଖରେଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଦାଦାବଟି ନେଇ ଜଣେ ଟଙ୍କତୋରାଣୀ ବ୍ୟବସାୟୀଙ୍କୁ ମରଣାନ୍ତକଆକ୍ରମଣ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ସିଂହଦ୍ୱାର ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଟିମଣ୍ତପ ସାହିର ଅଶ୍ୱିନ କୁମାର ନାୟକ, ଖଣ୍ତିଆବନ୍ଧର ଜଗନ୍ନାଥ ସାହୁ,ବାଣୁଆଗଳିର ପୂର୍ଣ୍ଣଚନ୍ଦ୍ର ଦାଶ ଏବଂ ମାଟିମଣ୍ତପ ସାହିର ରାଜକିଶୋର ନାୟକ। ସେହିପରି ଟାଉନଥାନା ପୋଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ଏହି ଗ୍ୟାଙ୍ଗର ୭ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏମାନଙ୍କ ଠାରୁ ୧୭ ଟି ମୋବାଇଲ ଜବତକରାଯାଇଛି। ସେହିପରି ଦାଦାବଟି ଆଦାୟ ଏବଂ ବେଆଇନ ନିଶା କାରବାର ମାମଲାରେ ପୋଲିସସ୍ୱତନ୍ତ୍ର ଚଢ଼ଉ ଜାରୀ ରଖିଥିବା ବେଳେ ଗତ ଏକ ମାସ ଭିତରେ ଦାଦାବଟି ମାମଲାରେ ୫୬ ଜଣଅପରାଧିଙ୍କୁ ଗିରଫ କରିଥିବା ବେଳେ ଡ଼୍ରଗ୍ସ ମାମଲାରେ ୫୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରଛି। ତେବେ ଗତ ୧ ତାରିଖରେ ବଡ଼ଦାଣ୍ତରେ ଥିବା ମହାପ୍ରଭୁଙ୍କ ମାଉସୀମା ମନ୍ଦିରରୁଚୋରୀ ମାମଲାରେ ପୋଲିସ ହାତରେ ସୁରାଗ ଲାଗିଥିବା ବେଳେ ଖୁବଶୀଘ୍ର ଅପରାଧିଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଟାଉନଥାନାରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ପୁରୀ ଏସପିସୂଚନା ଦେଇଛନ୍ତି।

Related posts

ଆମ୍ବୁଲାନ୍ସ ଉପଲକ୍ଷେ କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Report

ଭୁବନେଶ୍ୱରରେ ନିର୍ମାଣ ହେବ ଗାନ୍ଧୀ ସ୍ମାରକୀ ସ୍ତମ୍ଭ

Report

ଧାରଣାରେ ବସିଲେ ପୂର୍ବ ଭାରତ ତୈଳବିଶୋଧନାଗାର ପରିବାର କଲ୍ୟାଣ ସମିତି

Report

Leave a Comment