ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାହିଯାତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

ପୁରୀ: ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସାହିଯାତ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।ଆସନ୍ତା ୧୦ ରୁ ୨୪ ତାରିଖ ମଧ୍ୟରେ ସାହିଯାତ ଅନୁଷ୍ଠିତ ହେବ । ପ୍ରତ୍ୟେକ ସାହିକୁ ଯାତ ନିମନ୍ତେ ଏକ ଲକ୍ଷ ଟଙ୍କା ପ୍ରୋତ୍ସହନ ମୂଳକ ରାଶି ପ୍ରଦାନ କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି।ଏହା ପୂର୍ବରୁ ସଂପୃକ୍ତ ରାସ୍ତା ମରାମତି ଓ ଆଲୋକୀକରଣ ନିମନ୍ତେ ପୌର ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଆଇନ ଶୃଙ୍ଖଳା ନିମନ୍ତେ ଆବଶ୍ୟକୀୟ ପୁଲିସ ମୁତୟନ କରାଯିବ।ପାରସ୍ପରିକ ସହଯୋଗ ନିମନ୍ତେ ୮ ସାହି ଆଖଡାର ମୁରବି ମାନଙ୍କୁ ନେଇ କମିଟି ଗଠନ କରାଯିବ।ଅନ୍ୟପକ୍ଷେ ସଂପୃକ୍ତ ସାହି ଗୁଡିକ ଆଜି ରୁଟଚାଟ ପ୍ରଦାନ କରିବେ।ମେଢ ବାହାର କରିବା ନିମନ୍ତେ ସମୟ ନିର୍ଘଣ୍ଟ କରାଯିବ।ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ବୈଠକ ପରିଚାଳନା କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌର ସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଡିଆଇବି ଇନିସପେକ୍ଟର ଶ୍ରୀମତୀ ଗାୟତ୍ରୀ ମିଶ୍ର, ୮ ସାହି ଆଖଡା ମୁରବି ପ୍ରମୁଖ ଉପସ୍ଥିତ ଥିଲେ।