ଭୁବନେଶ୍ୱର: ସବୁ କ୍ଷେତ୍ରରେ ଓଡ଼ିଶା ଆଗୁଆ । ୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର। ସେହିପରି ୬ ଲେନ୍ ବିଶିଷ୍ଟ କଟକ ରିଂ ରୋଡ୍, ୪ ଲେନ୍ ବିଶିଷ୍ଟ କଟକ-ପାରାଦୀପ ରାସ୍ତା କାମ ଏଥର ସରିବ । ବଜେଟ ପରବର୍ତ୍ତୀ ପ୍ରେସ ମିଟରେ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି । ବ୍ରହ୍ମପୁର-ଜୟପୁର ୪ ଥାକିଆ ରାସ୍ତା ଏଥର ନୂଆ ଯୋଜନାରେ ସାମିଲ ହୋଇଛି ଏଥିପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ ଭଧ୍ୟ କରାଯାଇଛି । ୨୦ ବର୍ଷ ଭିତରେ ରାଜ୍ୟର ସମୁଦାୟ ସଡ଼କ ୧୬ ହଜାର ୪୧ ରୁ ୩୧ ହଜାର ୩୧୭ କିଲୋମିଟରରେ ପହଞ୍ଚିଛି । ବଜେଟ ୨୯୮ କୋଟିରୁ ୯୫୦୦ କୋଟିରେ ପହଂଚିଛି । ଏଥର ୩ ହଜାର କିଲୋମିଟର ପାଇଁ ୪୬ ଶହ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ବିଜୁ ଏକ୍ସପ୍ରେସ କରିଡର ନୂଆପଡ଼ାଠାରୁ ଆମପାଣି ଯାଏଁ ୧୭୬ କିଲୋମିଟର ବିଭାଗର ଏକ ଉଲ୍ଲେଖନୀୟ ସଫଳତା । ୩୧୪ ବ୍ଲକକୁ ଦୁଇ ଥାକିଆ ସଂଯୋଗ ରାସ୍ତା କରାଯାଇଛି । ଅବଢ଼ା ଯୋଜନାରେ ୨୨୪ କୋଟି, ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ୧୫୮ କୋଟିର ବ୍ୟବସ୍ଥା ହୋଇଛି ତା ସହିତ ଜୟପୁରରୁ ବ୍ରହ୍ମପୁର ୩୩୫ କିଲୋମିଟର ରାସ୍ତା ଚାରିଥାକିଆ କରାଯିବ। । ଏହା ସହ ରାଜ୍ୟ ରାଜପଥ, ଜାତୀୟ ରାଜପଥ, ପ୍ରମୁଖ ଜିଲ୍ଲା ସଡ଼କର ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଉଛି ପୂର୍ତ୍ତ ବିଭାଗ ।