ଆନ୍ଧ୍ର- ଓଡିଶା ସୀମା ପୋଲେରୁ ଗାଁ, ସିଲେରୁ ନଈ କୂଳରେ ଚାଲିଥିବା ପୁଷ୍ପା-୨ ସିନେମାର ସୁଟିଂ ଶେଷ ହୋଇଛି । ଦୀର୍ଘ ୧୦ ଦିନ ଧରି ମାଲକାନଗିରିରେ ପ୍ରଥମ ପର୍ଯ୍ୟାୟ ସୁଟିଂ ସାରି ଆନ୍ଧ୍ର ଫେରି ଯାଇଛନ୍ତି ପୁଷ୍ପା-୨ର ଅଭିନେତା, ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ସମସ୍ତ କ୍ରିୟୁ ମେମ୍ବର । ତେବେ ପୁଷ୍ପା-୨ର ୨ୟ ପର୍ଯ୍ୟାୟ ସୁଟିଂ ଆଗାମୀ ଜୁନ ମାସର ଶେଷ ଆଡକୁ ହୋଇପାରେ ବୋଲି ସୂଚନା ମିଳିଛି । ଯେଉଁଥିରେ ନାୟକ ଅଲ୍ଲୁ ଅର୍ଜୁନଙ୍କ ସୁଟିଂ ରହିଛି । ଆଉ ସେ ମାଲକାନଗିରି ଆସୁଥିବା କୁହାଯାଉଛି ।
ତେବେ ମେ ୫ ତାରିଖ ଦିନ ସିନେମାର ନିର୍ଦ୍ଦେଶକ ସୁକୁମାରଙ୍କ ସମେତ ଅନ୍ୟ ମେମ୍ବର ମାନେ ଆସି ସ୍ଥାନ ଦେଖିଥିଲେ । ୮ ତାରିଖ ଦିନ ଲାଲ ଚନ୍ଦନ ପରି ଦିଶୁଥିବା ନକଲି କାଠ ଟ୍ରକରେ ଆସି ସିଲେରୁ ନଦୀ କୂଳରେ ପହଞ୍ଚିଥିଲା । ଆଉ ୧୦ ତାରିଖରୁ ସୁଟିଂ ଆରମ୍ଭ ହୋଇଥିଲା।