୫୦ ମିନିଟ ଧରି କଥା ହେଲେ ପୁଟିନ ଓ ମୋଦି

0

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ଥିଲେ ମୋଦି । ଏବେ ପୁଟିନଙ୍କ ସହ କଥା ହୋଇଛନ୍ତି ମୋଦି । ଭାରତୀୟଙ୍କ ନିରାପଦ ଉଦ୍ଧାର ପ୍ରସଙ୍ଗରେ କଥା ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନରେ ହଜାର ହଜାର ଭାରତୀୟ ଫସି ରହିଥିବାବେଳେ ସେମାନଙ୍କ ଉଦ୍ଧାର ବର୍ତ୍ତମାନ ଭାରତ ଲାଗି ଏକ ମେଗା ଚାଲେଞ୍ଜ ହୋଇଛି ।

ଦୁଇ ନେତାଙ୍କ ମଧ୍ୟରେ ଉଦ୍ଧାର ପ୍ରକ୍ରିୟା ନେଇ ପ୍ରାୟ ୫୦ ମିନଟ ଧରି ଆଲୋଚନା ହୋଇଥିଲା । ଦୁଇନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଉଦ୍ଧାର କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ୟୁକ୍ରେନର ସହଯୋଗ ଲାଗି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ ମୋଦି । ଏହା ସହ ସୁମିରେ ଫସିଥିବା ଭରତୀୟଙ୍କ ଉଦ୍ଧାର ପାଇଁ ମଧ୍ୟ କଥା ହୋଇଥିଲେ ଦୁଇ ନେତା ।