ମାଲକାନଗିରି(ସୂର୍ଯ୍ୟକାନ୍ତ ବେହେରା):କ୍ଵାକ ଡାକ୍ତରଙ୍କ ପତ୍ନୀଙ୍କ ଭୁଲ ଔଷଧ ପାଇଁ ରୋଗୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏପରି କିଛି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳାରୁ । ମିଳିଥିବା ସୂଚନା ଅନୁଯାୟୀ କାଲିମେଳା ଅଞ୍ଚଳର ତପନ କୁମାର ପାଉଲ (୫୦) ନିଜର ଦାନ୍ତରେ ଯନ୍ତ୍ରଣା ଅନୁଭବ କରିବାରୁ ସ୍ଥାନୀୟ ଅଞ୍ଚଳରେ ଥିବା କ୍ଵାକ ଡାକ୍ତର ରବୀନ୍ଦ୍ର ନାଥ ବିଶ୍ବାସଙ୍କ କ୍ଲିନିକକୁ ଯାଇଥିଲେ । ତେବେ ସେଠାରେ ସେ ଅନୁପସ୍ଥିତ ଥିବା ବେଳେ ତାଙ୍କ ପତ୍ନୀ କ୍ଵାକ ଡାକ୍ତର ବାସନ୍ତୀ ବିଶ୍ବାସ ତପନଙ୍କ ଚିକିତ୍ସା କରିବା ପାଇଁ କହିଥିଲେ । ବାସନ୍ତୀ ପୂର୍ବରୁ କାଲିମେଳା ବ୍ଲକ ଚେୟାର ମ୍ୟାନ ଥିବା ବେଳେ ଏହାପରେ କ୍ଵାକ ଡାକ୍ତର ଭାବେ କାମ କରୁଛନ୍ତି । ତେବେ ରୋଗୀଙ୍କ ଜୀବନ ସହ ଖେଳିଲା ଭଳି କ୍ଵାକ ବାସନ୍ତୀ ତପନଙ୍କ ଚିକିତ୍ସା କରିବା ସହ ତାଙ୍କର ଗୋଟିଏ ଦାନ୍ତକୁ ଓପାଡି ଦେଇଥିଲେ ।
ତେବେ ଏଥିରେ ତପନ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିବା ସହ ତାଙ୍କର ପାଟି ରକ୍ତ ସ୍ରାବ ହେବାରେ ଲାଗିଥିଲା । ଏହାପରେ ବାସନ୍ତୀ ତପନଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ, ତେବେ ଏହାପରେ ତୁରଣତ ତପନଙ୍କ ଛାତିରେ ଗଭୀର ଯନ୍ତ୍ରଣା ହେବା ସହ ସେ ଗୁରୁତ୍ତର ହୋଇ ପଡିଥିଲେ । ତାଙ୍କର ଏପରି ଅବସ୍ତା ଦେଖି ତପନଙ୍କ ପରିବାର ଲୋକେ ସେଠାରୁ ତପନଙ୍କୁ କାଲିମେଳା ଗୋଷ୍ଠୀ ଚିକିତ୍ସାଳୟକୁ ନେଇଥିଲେ । ତେବେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିଥିବା ସତ୍ବେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି । କ୍ଵାକ ଡାକ୍ତର ରବୀନ୍ଦ୍ରଙ୍କ ପତ୍ନୀ ବାସନ୍ତୀଙ୍କ ଭୁଲ ଉପଚାର ଓ ଭୁଲ ଔଷଧ ଯୋଗୁଁ ତପନଙ୍କ ଜୀବନ ଚାଲି ଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏନେଇ ତପନଙ୍କ ପରିବାର ଲୋକେ କାଲିମେଳା ଥାନାରେ ଉକ୍ତ କ୍ଵାକ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଆଇନ ଅନୁଯାୟୀ କ୍ଵାକ ଡାକ୍ତରୀ ଦଣ୍ଡନୀୟ ହୋଇଥିବା ବେଳେ ବର୍ଷ ବର୍ଷ ଧରି ଏହି କ୍ଵାକ ଡାକ୍ତର ଜଣଙ୍କ କାଲିମେଳା ସଦରରେ ରହି ନିଜର ଏକ ବେଆଇନ କ୍ଲିନିକ ମଧ୍ୟ ଚଳାଇ ଥିଲେ । ତେବେ କ୍ଵାକ ମାନଙ୍କ ବିରୋଧରେ ଶର୍କର ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଥିବା ବେଳେ କିଭଳି ଏପରି ବେଆଇନ କ୍ଲିନିକ ଚାଲିଥିଲା ତାହା ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି ।
ଏହାସହ ରୋଗୀଙ୍କ ଜୀବନକୁ ଖେଳନା ଭାବି କିପରି ଜଣେ କ୍ଵାକଙ୍କ ପତ୍ନୀ ଚିକିତ୍ସା କରିବା ସହ ଭୁଲ ଔଷଧ ଦେବାପରେ ରୋଗୀଙ୍କର ମୃତ୍ୟୁ ହୋଇଛି, ତାହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି ।