ଗମ୍ଭାରିଆ ହାଟ ପଡିଆରେ ରାବଣ ପୋଡି ଉତ୍ସବ

0

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ :ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଅଧିନସ୍ଥ ଗୋମ୍ଭରିଆ ହାଟ ପଡ଼ିଆ ଠାରେ ଦୀର୍ଘ ଦୁଇ ବର୍ଷ କରୁଣା ମହାମାରୀ ପାଇଁ ବନ୍ଦ ଥିଲା। ତେଣୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଗମ୍ଭାରିଆ ହାଟ ପଡ଼ିଆ ଠାରେ ରାବଣ ପୋଡି ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗମ୍ଭାରିଆ ପଂଚାୟତର ସରପଂଚ ରାବଣ ଉପରେ ଅଗ୍ନି ସଂଯୋଗ କରିଥିଲେ । ଉକ୍ତ ଉତ୍ସବରେ ପ୍ରାୟ ଦେଢ ଲକ୍ଷ ଟଙ୍କାର ବୋମା ଓ ଆତସବାଜି ଫୁଟା ଯାଇଥିଲା ରାଇରଂଗପୁର ତଥା ଆଖପାଖ ଅଂଚଳରୁ ପାଖାପାଖି ୫ ହଜାର ଲୋକ ସମାଗମ ହୋଇଥିଲେ । ଏହି ଭବ୍ୟ କାର୍ୟକ୍ରମରେ ରାଇରଂଗପୁର ବିଧାୟକ ନବ ଚରଣ ମାଝୀ, ଜିଲ୍ଲା ପରିଷଦ ,ପୋଲିସ ପ୍ରଶାସନ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ମା ଦୁର୍ଗା ପାପୀ , ଦୂରାଚାରୀ ଓ ରାକ୍ଷସ ମହିଷାସୁର କୁ ମାରିବା ପାଇଁ ଏ ଧରାପୁଷ୍ଠକୁ ଆସିଥଲେ । ସେହିପରି ରାବଣ ସତୀ ସୀତାକୁ ଅପହରଣ କରି ଶେଷରେ ଶ୍ରୀ ରାମଚନ୍ଦ୍ର ଙ୍କ ଦ୍ବାରା ସେ ନିହିତ ହୋଇଥିଲେ । ମା ଦୁର୍ଗା ଓ ଶ୍ରୀରାମ ଅସତ୍ୟର କାଳିମାକୁ ପୋଛିବା ପାଇଁ ଏ ଧରାରେ ଅବତରଣ କରି ପାପୀ ଓ ଅତ୍ୟାଚାରୀ ମହିଷାସୁର ଓ ରାବଣକୁ ଏ ଧରାପୁଷ୍ଠରୁ ଲୋପ କରିଥିଲେ । ଏଣୁ ଲୋକେ ମଧ୍ୟ ଏହି ଦୁର୍ଗା ପୂଜାରେ ରାବଣ ପ୍ରତିମା କରି ତାହାକୁ ବୋମା ଓ ଆତସବାଜିରେ ଫୁଟାଇ ଆନନ୍ଦ ଉପଭୋଗ କରିଥାନ୍ତି ।