ସଇଁତଲା ବ୍ଲକରେ ରାଧା ଗୋବିନ୍ଦଙ୍କ ପୂଜା ଅର୍ଚ୍ଚନା

0

ବଲାଙ୍ଗୀର/ ଜଗନ୍ନାଥ ଧରୁଆ :ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ଠାରେ ଶ୍ରୀ ରାଧା ଗୋବିନ୍ଦ ପୂଜା ଅନୁଷ୍ଠିତ ହୋଇଯାଇଛି । ସେହି ପରି ଡୁଙ୍ଗୁରିପାଲି ଗିରି ଗୋବର୍ଦ୍ଧନ ପୂଜା ପୀଠରେ ନିକଟସ୍ଥ ଥିବା ବାବୁକେଲ ଗ୍ରାମ ରୁ ଏକ ଶୋଭାଯାତ୍ରା କରି ଶ୍ରୀ ରାଧା ଗୋବିନ୍ଦ ପ୍ରତିମା ଧରି ବାଦ୍ୟ ଯନ୍ତ୍ର ସହ ହୁଳହୁଳି ଦେଇ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ମାନେ ପ୍ରାୟ ତିନି କିଲୋମିଟର ପଦ ଯାତ୍ରା କରି ଡୁଙ୍ଗୁରିପାଲି ଗିରିଗୋବର୍ଦ୍ଧନ ଶ୍ରୀ ରାଧା ଗୋବିନ୍ଦ ପିଠକୁ ଆସିଛନ୍ତି । ଏହି ପୂଜା ଅର୍ଚ୍ଚନା ପୀଠରେ ପ୍ରାୟ ତିନି ରୁ ୫ ଦିନ ପଯ୍ୟନ୍ତ ପୂଜା ଅର୍ଚ୍ଚନା ହୋଇଥାଏ । ତେବେ ଏହି ଅବସରରେ ଷୋହଲ ପ୍ରହରି ନାମଯଂଜ୍ଞ ମଧ୍ୟ କରାଯାଇଛି । ଏହି ଷୋହଲ ପ୍ରହର ନାମଯଂଜ୍ଞ ଠାରେ ପୂଜକ ଶ୍ରୀଯୁକ୍ତ ନୃସିଂହ ତ୍ରିପାଠୀ ପୂଜା ଅର୍ଚ୍ଚନା କରିଥିବା ବେଳେ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତି ଲିଳାବତୀ ସାହୁ କର୍ତ୍ତା ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ । ତେବେ ଦୀର୍ଘ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁ ଏହିପରି ଧୁମଧାମ ରେ ପାଳନ ନହୋଇଥିବା ବେଳେ ଏହି ବର୍ଷ କରୋନା ଦୁରେଇ ଯିବାରୁ ଧୁମଧାମରେ ପୂଜା ଟି ପାଳନ ହୋଇ ଥିବା ବେଳେ ଗ୍ରାମବାସିଙ୍କ ଆନୁକୁଲ୍ୟ ରେ ଅନ୍ନପ୍ରସାଦ ସେବନ ମଧ୍ୟ କରା ଯାଇଛି ।