ଭାରତ

ପ୍ରବଳ ବର୍ଷିଲେ , ମୋଦିଙ୍କୁ ଝପି କଲେ ରାହୁଲ

(ମମତା ସାମଲ ) : ଆଜି ସଂସଦରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ଅନାସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା ଚାଲୁଥିବବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରିଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ସଂସଦ ଇତିହାସରେ ଏହିଭଳି ଦୃଶ୍ୟ ହୁଏତ କମ ଦେଖିବାକୁ ମିଳେ । ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବାବେଳେ ରାହୁଲ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ଓ ମୋଦିଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଏବଂ ରାହୁଲ ତାଙ୍କ ଅଭିଭାଷଣ ଶେଷ କରି ମୋଦିଙ୍କ ଆସନ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ । ଯାହାକୁ ନେଇ ସଂସଦର ବାଚସ୍ପତିଙ୍କ ସହ ଉପସ୍ଥିତ ଥିବା ସମସ୍ତ ସାଂସଦମାନଙ୍କ ମୁହଁରେ କୌତୁହଳ ହସ ଦେଖିବାକୁ ମିଳିଥିଲା ।

Related posts

ଅରୁଣ ଜେଟଲୀଙ୍କ ପେନସନ ନେବାକୁ ମନା କଲେ ପତ୍ନୀ ସଙ୍ଗୀତା

Report

ଆରଇଆରୁ ୩ ଥର ବିଧାୟକ ହୋଇଥିବା ମୁଲାୟମ ସିଂହଙ୍କ ପରଲୋକ

Report

ପତ୍ନୀ ପାଇଁ ସ୍ୱାମୀ ତିଆରି କଲେ ରିମୋର୍ଟ ଚାଳିତ ବେଡ

Report

Leave a Comment