ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧି

ରାହୁଲ ଗାନ୍ଧିଙ୍କୁ ବଡ ଝଟକା । ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାମଲା ସୁରଟ କୋର୍ଟରେ ଚାଲିଥିଲା ବେଳେ ଆଜିଥିଲା ଶୁଣାଣି । ମାମଲାର ଶୁଣାଣି କରି ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁରଟ କୋର୍ଟ । ଏଥି ସହିତ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି । ତେବେ ରାହୁଲ ଗାନ୍ଧୀ କୋର୍ଟରେ କହିଛନ୍ତି ଯେ, ମୋର ବିବୃତ୍ତିରେ କାହାରି କିଛି କ୍ଷତି ହୋଇ ନାହିଁ। ଦଣ୍ଡ ହ୍ରାସ କରିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି। ୨୦୧୯ ନିର୍ବାଚନ ବେଳେ ଆପତ୍ତିଜନକ ବିବୃତ୍ତି ରଖିଥିଲେ ରାହୁଲ ଗାନ୍ଧୀ । ସେପଟେ ଆଗକୁ ପୋଲିସ ରାହୁଲ ଗାନ୍ଧୀକୁ ଗିରଫ ମଧ୍ୟ କରିପାରେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ନେଇ ରାହୁଲ ଗାନ୍ଧି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଜେପି ନେତା କୋର୍ଟରେ ଦ୍ୱାରସ୍ଥ ହୋଇଥିବା ବେଳେ ସୁରତ ଜିଲ୍ଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ସମୟରେ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାମଲା ରୁଜୁ କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା ମାମଲାର ଶୁଣାଣି କରି ସୁରତ ଜିଲ୍ଲା ନ୍ୟାୟାଳୟ ରାହୁଲ ଗାନ୍ଧି ଦୋଷୀ ବୋଲି ରାୟ ଦେଇଛନ୍ତି