ଚର୍ଚ୍ଚାରେ ରାହୁଲ ଗାନ୍ଧୀ

ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ: ୨୦୧୯ରେ କର୍ଣ୍ଣାଟକର ଏକ ରାଲିରେ ରାହୁଲ ଗାନ୍ଧୀ ଏପରି ବୟାନ୍ ଦେଇଥିଲେ । ସେ ମୋଦି ଉପନାମକୁ ନେଇ ଆପତ୍ତିଜନକ କଥା କହିଥିଲେ । ଏନେଇ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାମଲା ରୁଜୁ କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରି ସୁରତ ଜିଲ୍ଲା ନ୍ୟାୟାଳୟ ରାହୁଲ ଗାନ୍ଧି ଦୋଷୀ ବୋଲି ରାୟ ଦେଇଛନ୍ତି ।

                                                                       

ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପିଛା ଛାଡୁନି ଅଡୁଆ । ସୁରତ ପରେ ଏବେ ଝାଡଖଣ୍ଡରେ ରାହୁଲ ଗାନ୍ଧୀଙ୍କ ନାମରେ ୩ଟି ମାମଲା ରହିଛି । ୨୦୧୯ ଲୋକସଭା ନିର୍ବାଚନ ବେଳେ ଝାଡଖଣ୍ଡ ରାଞ୍ଚୀରେ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ବୟାନକୁ ନେଇ ପ୍ରଦୀପ ମୋଦୀ ନାମରେ ଜଣେ ବ୍ୟକ୍ତି ରାଞ୍ଚୀ କୋର୍ଟରେ ଅଭିଯୋଗ କରିଥିଲେ । ଏହି ମାମଲା ଉପରେ ରାହୁଲ ଗାନ୍ଧୀଙ୍କ ଓକିଲ ରାଞ୍ଚୀ କୋର୍ଟରେ ସଫେଇ ଦେଇଥିଲେ ବି ଏହି ସଫେଇ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ ।

                                                                     

ସୂଚନା ମୁତାବକ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧୀ ରାଞ୍ଚୀରେ ଏକ ରାଲି କରିଥିଲେ । ଏହି କ୍ରମରେ ସେ ସଭାକୁ ଉଦବୋଧନ ଦେଇ କହିଥିଲେ କି ‘ସବୁ ଚୌକିଦାର ଚୋର ଅଟନ୍ତି’ ଏହି ଭାଷଣକୁ ଆଗକୁ ବଢାଇ ପୁଣି ଏକ ବିବାଦୀୟ ବୟାନ ଦେଇଥିଲେ । ଏହି ବୟାନକୁ ନେଇ ରାହୁଲ ଗାନ୍ଧୀଙ୍କ ନାମରେ ରାଞ୍ଚୀ ସମେତ ପାଟନା, ମୁଜାଫରପୁର, କଟିହାର ଓ କର୍ଣ୍ଣାଟକ ସମେତ ଅନେକ ସ୍ଥାନରେ ମାମଲା ରୁଜୁ କରାଯାଇଥିଲା । ଏହାସହ ଅନ୍ୟଏକ ମାମଲା ମଧ୍ୟ ରାହୁଲ ଗାନ୍ଧୀଙ୍କ ନାମରେ ରହିଛି । କଂଗ୍ରେସର ଦିଲ୍ଲୀ ଅଧିବେଶନ ବେଳେ ରାହୁଲ ଗାନ୍ଧୀ କହିଥିଲେ କି, କୌଣସି ହତ୍ୟାକାରୀ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବ ନାହିଁ । ହେଲେ ବିଜେପିରେ ହତ୍ୟାକାରୀମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବେ ବୋଲି ସେ କହିଥିଲେ । ରାହୁଲ ଗାନ୍ଧୀଙ୍କ ଏଭଳି ବୟାନକୁ ନେଇ ସାରା ଦେଶର ଭିନ୍ନ ଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଥିଲା ।