ଦେଶର ସମ୍ପତ୍ତିକୁ ପୁଞ୍ଜିପତି ବନ୍ଧୁମାନଙ୍କୁ ଦେବାକୁ ଯୋଜନା କରୁଛନ୍ତି ମୋଦି ସରକାର: ରାହୁଲ ଗାନ୍ଧି

0

(ନୁଆଦିଲ୍ଲୀ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ଲୋକସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସେ ଟ୍ୱିଟ କରି କହିଛନ୍ତି, ମୋଦି ସରକାର ନିଜର ପୁଞ୍ଜିପତି ବନ୍ଧୁମାନଙ୍କ ହାତରେ ଦେଶର ସମ୍ପତ୍ତିକୁ ହସ୍ତାନ୍ତର କରିବା ପାଇଁ ଯୋଜନା କରୁଛନ୍ତି । ବଜେଟରେ ଛୋଟ ଏବଂ ମଧ୍ୟମ ବର୍ଗୀୟ ବ୍ୟବସାୟୀଙ୍କ ସହାୟତା କରିବା ସହ ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଖର୍ଚ୍ଚରେ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି । ଏମଏସଏମଇ, ଚାଷୀ ଓ ଶ୍ରମିକମାନଙ୍କ ସହାୟତା କରାଯିବା ଦରକାର । ଫଳରେ ରୋଜଗାର ସୃଷ୍ଟି ହୋଇପାରିବ ବୋଲି ବଜେଟ ପୂର୍ବରୁ ରାଲୁଲ ଗାନ୍ଧି କହିଥିଲେ । ସେହିପରି ସୀମାରେ ସୁରକ୍ଷା ପାଇଁ ପ୍ରତିରକ୍ଷା ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କରାଯିବା ଦେରକାର ବୋଲି ରାହୁଲ କହିଥିଲେ ।