ସାଂସଦ ପଦ ଯିବା ପରେ ପ୍ରଥମ ପ୍ରେସମିଟ କରିଛନ୍ତି ରାହୁଲ, ଆଉ କହିଛନ୍ତି ବିଜେପି ମୋତେ ଡରୁଛି, କୌଣସି ପରିସ୍ଥିତିରେ ବି ମୋ ମୁହଁ ବନ୍ଦ କରି ପାରିବେନାହିଁ, ମୁଁ ଭାରତର ଲୋକତନ୍ତ୍ର ପାଇଁ ଲଢୁଛି ।

0

ଭୁବନେଶ୍ୱର : ସଭ୍ୟପଦ ଯିବା ପରେ ପ୍ରେସମିଟରେ ସାମ୍ନାକୁ ଆସିଲେ ରାହୁଲ୍ ଗାନ୍ଧୀ । ଆଉ ମିଡିଆକୁ ସାମ୍ନାକୁ କରିବା ବେଳେ ସେ ପୁରା ଆଗ୍ରେସିଭ୍ ମୁଡରେ ଥିଲେ । ସେ ସିଧା ସଳଖ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ମୋ ମୁହଁ କେହି ବି ବନ୍ଦ କରି ପାରିବେ ନାହିଁ । ମୁଁ ପ୍ରଶ୍ନ କରିବି ମତେ କେହି ଡରାଇ ପାରିବେ ନାହିଁ । ଡରାଇ ଧମକାଇ ସଭ୍ୟ ପଦ ନେଇ କେହି ମୋ ମୁହଁ ବନ୍ଦ କରି ପାରିବେ ନାହିଁ । ମୋ ପରବର୍ତୀ ଭାଷଣକୁ ଡରି ମୋ ସଭ୍ୟ ପଦ ରଦ୍ଦ ପାଇଁ ଏକ ବିରାଟ ଷଡଯନ୍ତ୍ର ହୋଇଥିଲା । ହେଲେ ମୋତେ ସବୁ ଦିନ ପାଇଁ ଯଦି ଡିସକ୍ୱାଲିଫାଏ କରାଯାଏ ତଥାପି ଚୁପ୍ ବସିବି ନାହିଁ ।

ଏ ଦେଶ ମତେ ବହୁତ କିଛି ଦେଇଛି । ଦେଶ ପାଇଁ ଲଢିବି । ମତେ ସେମାନେ ଜେଲରେ ପୁରାଇ ଦେଲେ ବି ଚୁପ୍ ରହିବି ନାହିଁ । ବାରମ୍ବାର କହିଛି ଭାରତର ଲୋକତନ୍ତ୍ର ଉପେ ଆକ୍ରମଣ ହେଉଛି । ଏ ନେଇ ଆମକୁ ଦୈନିକ ନୂଆ ନୂଆ ଉଦାହରଣ ଦେଖିବାକମ ମିଳୁଛି । ଏପରିକି ଅଦାନୀ କଂପାନୀରେ ବିଜେପିର କିଏ ୨୦ ହଜାର କୋଟି ଟଙ୍କା ନିବେଶ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି ରାହୁଲ । ଏହା ପରେ ବି ମୋ ସଂପର୍କରେ ସଂସଦରେ ମନ୍ତ୍ରୀମାନେ ମିଛ କହିଛନ୍ତି । ଯେତେ ଯାହା ହୋଇ ଗଲେ ବି ମୁଁ ମୋ ପକ୍ଷ ରଖିବି, ନିର୍ଭୟର ସହ ।

ତେବେ ପ୍ରେସମିଟରେ ମୂଳ ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି ରାହୁଲ୍ । ବିବାଦୀୟ ପ୍ରସଙ୍ଗ ପ୍ରେସ ପଚାରିବାରୁ ସେ କୌଣଶି ଉତର ନ ଦେଇ ଏଡାଇ ଦେଇଛନ୍ତି । କହିଛନ୍ତି ମାମଲା ଏବେ କୋର୍ଟଟରେ ଅଛି, ମାମଲାର କୋର୍ଟରେ ଥିବାରୁ ମନ୍ତବ୍ୟ ଦେବା ଠିକ୍ ନୁହେଁ । ଭାରତର ନ୍ୟାୟ ବ୍ୟବସ୍ତାକୁ ମୁଁ ବହୁତ ସମ୍ମାନ ଜଣାଏ ।