ହସ୍ପିଟାଲରୁ ଡିସଚାର୍ଜ ହେଲେ ରାହୁଲ

0

ଛତିଶଗଡ: ଛତିଶଗଡର ଜାଗିରିଚାମ୍ପା ଜିଲ୍ଲାରେ ୮୦ ଫୁଟ ବୋରୱେଲରେ ଖସିପଡିଥିବା ରାହୁଲ ସାହୁ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ବୋରୱେଲ ଉଦ୍ଧାର ହେବା ପରେ ବିଳାସପୁର ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରାହୁଲ ସୁସ୍ଥ ହେବା ପରେ ହସ୍ପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଛି। ରାହୁଲ ୮୦ ଫୁଟ ଖାତରେ ଖସିପଡିବା ଖବର ଜଣାପଡିବା ପରେ ଜାଗିରିଚାମ୍ପା ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ଲାଗି ତତ୍ପରତା ପ୍ରକାଶ ପାଇଥିଲା। ୧୦୮ ଘଣ୍ଟାର ଅପରେସନ ପରେ ରାହୁଲକୁ ଉଦ୍ଧାର କରାଯାଇଥିଲା । ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ଜାଞ୍ଜବୀର ଜିଲ୍ଲାପାଳ, ବିଳାସପୁର ଜିଲ୍ଲାପାଳ ଓ ଏସପିଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ରାହୁଲ ହସ୍ପିଟାଲରୁ ନିଜ ଗାଁରେ ପହଞ୍ଚିବା ପରେ ଶୋଭାଯାତ୍ରା ମାଧ୍ୟମରେ ତାକୁ ପାଛୋଟି ନିଆଯାଇଥିବା ଜଣାପଡିଛି।