ଅପରାଧ

ବ୍ରହ୍ମପୁରରେ ନକଲି ଗୁଟଖା କାରଖାନା ଉପରେ ଚଢାଉ, ବ୍ୟବସାୟୀ ଅଟକ

(ବ୍ରହ୍ମପୁର): ବ୍ରହ୍ମପୁରରେ ନକଲି ଗୁଟଖା କାରଖାନା ଠାବ ହୋଇଛି । ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ବାଲ୍ୟ ଠାକୁରାଣୀ ମନ୍ଦିର ନିକଟରେ ଥିବା ଏକ ୩ ମହଲା ଘରେ ଚାଲିଥିବା ଗୁଟଖା କାରଖାନା ଉପରେ ଚଢାଉ କରିଛି ପୋଲିସ । ଚଢାଉ ବେଳେ ବଡବଜାର ଥାନା ପୋଲିସ ସେଠାରୁ ବିପୁଳ ପରିମାଣର ବିଭିନ୍ନ କମ୍ପାନୀର ଲୋଗୋ ଲାଗିଥିବା ଗୁଟଖା, କଞ୍ଚାମାଲ ଓ ମେସିନ ଆଦି ଜବତ କରିଛି । ଏ ସଂକ୍ରାନ୍ତରେ ହାଉସିଂବୋର୍ଡ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।
ସୁଚନା ଅନୁଯାୟୀ, ଏହି ୩ ମହଲା ଘରେ ନକଲି ଗୁଟଖା ପ୍ରସ୍ତୁତ ହେଉଥିବା ନେଇ ପୋଲିସ ଖବର ପାଇଥିଲା । ବଡବଜାର ଥାନା ପୋଲିସ ସେଠାରେ ପହଞ୍ଚି ଯାଞ୍ଚ କରିବାରୁ ବିପୁଳ ପରିମାଣର ଗୁଟଖା ଜବତ ହୋଇଥିଲା । ଶିବାଜୀ, ଗୋକୁଳ ମିକ୍ସଚର ଭଳି ବିଭିନ୍ନ କମ୍ପାନୀର ଗୁଟଖା ସେଠାରେ ପ୍ରସ୍ତୁତ ହେଉଥିବା ଜଣାପଡିଥିଲା । ଗୁଟଖା ପ୍ରସ୍ତୁତ କରି ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା । ପୋଲିସ ଚଢାଉ ବେଳେ ଘଟଣାସ୍ଥଳରୁ ପ୍ରାୟ ୧୫ ବସ୍ତା ଗୁଟଖା ଓ କଞ୍ଚାମାଲ ଜବତ ହୋଇଛି । ଏଥିସହ ବିଭିନ୍ନ କମ୍ପାନୀର ଲୋଗୋ ଥିବା ଖାଲି ଗୁଟଖା ଜରି, ପ୍ୟାକିଂ ମେସିନ ଆଦି ମଧ୍ୟ ଜବତ ହୋଇଛି । ଜବତ ସାମଗ୍ରୀର ମୂଲ୍ୟ ୧୮ରୁ ୧୮ ଲକ୍ଷ ଟଙ୍କାର ହେବ ବୋଲି ଜଣାପଡିଛି । ଏ ଦିଗରେ ପୋଲିସ ଅଧିକ ଛାନଭିନ ଜାରି ରଖିଛି ।

Related posts

ନକଲି ଖାଇବାତେଲ କାରଖାନା ଠାବ

Report

ଯୁବକକୁ ହତ୍ୟା ପରେ ରାସ୍ତାରେ ପିଙ୍ଗି ଦେଲେ ଦୁର୍ବୁର୍ତ୍ତ

Report

୨ ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ୧୫ ଜୁଆଡି ଗିରଫ

Report

Leave a Comment