କୋଇମ୍ବାଟୁର-ସିଲଚର ଏକ୍ସପ୍ରେସ ଧକ୍କାରେ ଚାଲିଗଲା ୫ଯାତ୍ରୀଙ୍କ ଜୀବନ

ଶ୍ରୀକାକୁଲମରେ ଘଟିଛି ବଡ଼ ଧରଣର ଦୁର୍ଘଟଣା ।

0

(ଆନ୍ଧ୍ରପ୍ରଦେଶ) : ଶ୍ରୀକାକୁଲମରେ ଘଟିଛି ବଡ଼ ଧରଣର ଦୁର୍ଘଟଣା । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ସୋମବାର ରାତିରେ ଏକ ଟ୍ରେନ ଧକ୍କାରେ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ କେତେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

 

ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଏବେ ବି ସଙ୍କଟାପର୍ଣ୍ଣ ରହିଛି । ଏହି ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି ।

 

କୋଇମ୍ବାଟୁର-ସିଲଚର ଏକ୍ସପ୍ରେସ(ନଂ ୧୨୫୧୫)ଟ୍ରେନରେ ଧୂଆଁ ବାହାରିବା ଦେଖାଦେଇଥିଲା ଏବଂ ପରେ ଟ୍ରେନର ଚେନ ଟାଣି ଦେଇଥିଲେ । ଏହାପରେ ସେମାନେ ଟ୍ରେନରୁ ଓହ୍ଲାଇ ଟ୍ରାକ୍ ଉପରେ ଛିଡ଼ା ହୋଇଗଲେ । ଠିକ୍ ଏହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ଟ୍ରେନ କୋଣାର୍କ ଏକ୍ସପ୍ରେସ ଆସିବା ଫଳରେ ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ।