ହଠାତ ଭୁଶୁୁଡ଼ିଲା ବଲାଙ୍ଗିର-ଖୋର୍ଦ୍ଧା ରେଲୱେ ଲାଇନ

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁମୁଣ୍ଡା ଗାଁ ନିକଟରେ ।

0

(ବଲାଙ୍ଗିର) : ଭୁଶୁୁଡ଼ିଲା ବଲାଙ୍ଗିର-ଖୋର୍ଦ୍ଧା ରେଲୱେ ଲାଇନର ନିର୍ମାଣାଧୀନ ବ୍ରିଜ୍‌। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁମୁଣ୍ଡା ଗାଁ ନିକଟରେ । ନିମ୍ନମାନର କାମ ଯୋଗୁ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା ଗାଁ ଲୋକଙ୍କ ଅଭିଯୋଗ କରିଛନ୍ତି। ବ୍ରିଜ୍‌ ଭାଙ୍ଗି ଯିବାରୁ ସ୍କୁଲକୁ ଯିବା ପାଇଁ ମଧ୍ୟ ଅସୁବିଧା ହେଉଥିବାରୁ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

ସୂଚନାନୁଯାୟୀ , କେନ୍ଦ୍ର ରେଳମନ୍ତ୍ରୀଙ୍କ ଫୋକସ୍‌ରେ ରହିଛି ଏହି ରେଳପଥ। ସମସ୍ତଙ୍କ ନଜରରେ ଏହି ରେଳପଥ ରହିଛି। ଏତେ ସବୁ ସତ୍ତ୍ୱେ ଏହି ରେଳପଥର ବ୍ରିଜ ନିର୍ମାଣ କାମରେ ଆସିଛି ଦୁର୍ନୀତି ଅଭିଯୋଗ। ନିମ୍ନମାନର କାମ ଯୋଗୁ ବ୍ରିଜ୍‌ ଭୁଶୁଡି ପଡିଥିବା ପୁରୁମୁମୁଣ୍ଡା ଗାଁ ଲୋକେ ଅଭିଯୋଗ କରିଛନ୍ତି।