ସବୁ ଦିନ ପାଇଁ ନିରବିଗଲେ ‘ହେଇ ଅନାନି’: ସ୍ୱର୍ଗଦ୍ୱାରରେ ଜଳିବ ଚିତା

0

ଭୁବନେଶ୍ୱର: ‘ହେଇ ଅନାନି’ ହେଉ କି ‘ଜ୍ୟୋତି ମାଷ୍ଟରାଣୀ’ ଏହି ସଂଳାପ କଥା ମନକୁ ଆସିଲେ ଭାସିଆସେ ରାଇମୋହନଙ୍କ ଚେହେରା। ତାଙ୍କର ଆହୁରି ଅନେକ ସଂଳାପ ପ୍ରାୟ ଲୋକଙ୍କ ମୁହଁରେ ଥାଏ। ଓଲିଉଡ ଜଗତର ସେ ଥିଲେ ଜଣେ ନିକ୍ଷୁଣ କଳାକାର । ତାଙ୍କ ଅଭିନୟରେ ଏମିତି ଯାଦୁ ଥିଲା ଯେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ଦର୍ଶକ ଚାହିଁ ରହିଥିଲେ । ସେ ହୁଏତ ଆଜି ଆମ ଭିତରେ ନାହାନ୍ତି ହେଲେ ତାଙ୍କ କଳା ଦର୍ଶକଙ୍କ ଭିତରେ ତାଙ୍କୁ ଜୀବିତ ରଖିବ । ବରିଷ୍ଠ ଓଲିଉଡ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଖବର ସାରା ସିନେ ଜଗତକୁ ସ୍ତବ୍ଧ କରିଦେଇଛି ।

ଓଡିଆ ଚଳଚ୍ଚିତ୍ର ଦୁନିଆର ଭୟଙ୍କର ଖଳ ଚରିତ୍ରରେ ଅଭିନୟ କରି ରାଇମୋହନ ଓଡିଆ ଦର୍ଶକଙ୍କ ହୃଦୟରେ ରହିଯାଇଛନ୍ତି। ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଶିଳ୍ପ ଅପୂରଣୀୟ କ୍ଷତି ସହିଛି। ସେ ୧୦୦ରୁ ଅଧିକ ଓଡିଆ ଫିଲ୍ମରେ କାମ କରିଥିବା ବେଳେ ପାଖାପାଖି ୧୫ଟି ବଙ୍ଗାଳୀ ଫିଲ୍ମରେ ନିଜ ଅଭିନୟ କଳା ଦେଖେଇଛନ୍ତି। ଖାଲି ଚଳଚ୍ଚିତ୍ର ନୁହେଁ ଯାତ୍ରା ଦୁନିଆରେ ମଧ୍ୟ ତାଙ୍କ ଦମଦାର ସଂଳାପ ଦର୍ଶକଙ୍କୁ ଭୟଭୀତ କରିଦିଏ।

ରାଇମୋହନ ପରିଡା । ଏହି ନାଁ ସାରା ଘରେ ଘରେ ପରିଚିତ । ୯୦ ଦଶକରେ ଯେଉଁ ଫିଲ୍ମ ହେଉଥିଲା ପ୍ରାୟ ଅନେକ ଫିଲ୍ମରେ ଖଳନାୟକ ଭୂମିକା ତୁଲାଉଥିଲେ ରାଇମୋହନ। ଆଉ ତାଙ୍କ କ୍ୟାରିୟର ଭିତରେ ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ୯୦ଟି ଓଡିଆ ଫିଲ୍ମ ଓ ୧୫ଟି ବଙ୍ଗଳା ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟ ହୋଇଥିଲେ । କେବଳ ଫିଲ୍ମରେ ସେ ଯାତ୍ରା ଦୁନିଆରେ ମଧ୍ୟ ନିଜ ଜୀବନ୍ତ ଅଭିନୟର ଯାଦୁ ଦେଖାଇଛନ୍ତି ।ସେ ହୁଏତ ଆଜି ଆମ ଭିତରେ ନାହାନ୍ତି ହେଲେ ତାଙ୍କ କଳା ଦର୍ଶକଙ୍କ ଭିତରେ ତାଙ୍କୁ ଜୀବିତ ରଖିବ । ବରିଷ୍ଠ ଓଲିଉଡ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଖବର ସାରା ସିନେ ଜଗତକୁ ସ୍ତବ୍ଧ କରିଦେଇଛି ।

ଅନ୍ୟପକ୍ଷେ, ଏହା ଆତ୍ମହତ୍ୟା ନା ତାଙ୍କୁ କେହି ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଅନ୍ୟପଟେ ପୋଲିସ ରାଇମୋହନଙ୍କ ମୃତ ଶରୀରକୁ ନେଇ ବ୍ୟବଚ୍ଛେଦ କରାଇଛି । ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କର ମରଶରୀରର ଶେଷକୃତ୍ୟ ସମ୍ପନ୍ନ ହେବ । ପୁରୀ ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି ।