ଭୁବନେଶ୍ୱର : ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା । ଅନେକ ସ୍ଥାନରେ କାଳବୈଶାଖୀ ସହ କୁଆ ପଥର ବର୍ଷା । ଆସନ୍ତା ୩ ଘଣ୍ଟା ମଧ୍ୟରେ କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ । ୩୦ ରୁ ୪୦ କିଲୋମିଟର ବେଗରେ ପବନ ସହ ଘଡଘଡି ଓ ପ୍ରବଳ ବର୍ଷା ସମ୍ଭାବନା । ସେପଟେ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି । ଏପରିକି କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି । କୂଆପଥର ବର୍ଷା ଜନଜୀବନ ଉପରେ ପ୍ରଭାବ ପକାଇଛି । ବାଲେଶ୍ୱରରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ଭାଙ୍ଗି ପଡ଼ିଛି ବଡ଼ ବଡ଼ ଗଛ, ଫଳରେ ଯାତାୟତରେ ମଧ୍ୟ ବାଧକ ସୃଷ୍ଟିି ହୋଇଛି ।
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୯ ତାରିଖ ପାଇଁ କେତେକ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ, କେନ୍ଦ୍ରାପଡ଼ା ,କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନଗୁଳ, ଢ଼େଙ୍କାନାଳ, କଟକ, ବାଲେଶ୍ୱର, ଜଗତସିଂହପୁର, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୦ ତାରିଖ ପାଇଁ ବୌଦ୍ଧ, କନ୍ଧମାଳ ,ଅନଗୁଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଜିଳ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,