ଅଶିଳ୍ଲ ସିନେମା ତିଆରି କରିବା ଅଭିଯୋଗରେ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ
ପର୍ଣ୍ଣ ବା ଅଶିଳ୍ଲ ସିନେମା ତିଆରି କରିବା ଅଭିଯୋଗରେ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହୋଇଥିବା ସୂଚନା ମିଳିଛି ।
(ମୁମ୍ବାଇ) : ପର୍ଣ୍ଣ ବା ଅଶିଳ୍ଲ ସିନେମା ତିଆରି କରିବା ଅଭିଯୋଗରେ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହୋଇଥିବା ସୂଚନା ମିଳିଛି । ମୁମ୍ବାଇର କ୍ରାଇମ୍ ବ୍ରାଞ୍ଚ୍ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି । ରାଜ କୁନ୍ଦ୍ରା ଅଶୀଳ୍ଳ ସିନେମା ତିଆରି କରୁଥିବା ଏବଂ କିଛି ଆପସ୍ରେ ତାକୁ ଦେଖାଉଥିବା ଅଭିଯୋଗ ହୋଇଛି ।
ସୂଚନାନୁଯାୟୀ , ୨୦୨୧ରେ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍ ଅଶୀଳ୍ଳ ସିନେମା ତିଆ କରୁଥିବା ଏବଂ ଏହାର ଆପସ୍ ତିଆରି କରୁଥିବା ଲୋକଙ୍କ ବିଷୟରେ ତଦନ୍ତ କରୁଥିଲା । ଏ ନେଇ ଏକ ମାମଲା ରୁଜୁ ହୋଇଥିଲା । ଶୁକ୍ରବାରରେ ପ୍ରମାଣ ମିଳିବା ପରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି । ସେ ଏହାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣା ପଡିଛି । ଏହାର ପର୍ଯ୍ୟାପ୍ତ ପ୍ରମାଣ ଥିବା କଥା ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍ କହିଛି ।