ପର୍ଣ୍ଣ ଭିଡିଓରୁ ୨୦୨୩ ସୁଦ୍ଧା ୩୪ କୋଟି ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲେ ରାଜ କୁନ୍ଦ୍ରା

ରାଜ କୁନ୍ଦ୍ରା ପର୍ଣ୍ଣ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ତଦନ୍ତ ଜାରି ରହିଛି। ତେବେ ଖବର ଆସିଛି ଯେ ଏହି ଭିଡିଓଗୁଡିକ ମାଧ୍ୟମରେ ସେ ୨୦୨୩ ପର୍ଯ୍ୟନ୍ତ ନିଜର ମୋଟା ଟାର୍ଗେଟକୁ ବି ପୂରା କରିବେ

0

(ମୁମ୍ବାଇ) : ରାଜ କୁନ୍ଦ୍ରା ପର୍ଣ୍ଣ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ତଦନ୍ତ ଜାରି ରହିଛି। ତେବେ ଖବର ଆସିଛି ଯେ ଏହି ଭିଡିଓଗୁଡିକ ମାଧ୍ୟମରେ ସେ ୨୦୨୩ ପର୍ଯ୍ୟନ୍ତ ନିଜର ମୋଟା ଟାର୍ଗେଟକୁ ବି ପୂରା କରିବେ ବୋଲି ସ୍ଥିର କରିଥିଲେ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜ କୁନ୍ଦ୍ରା ଏହି ଭିଡିଓ ମାଧ୍ୟମରେ ବହୁତ ରୋଜଗାର କରୁଥିଲେ। ତେଣୁ ସେ ୨୦୨୩ ବର୍ଷ ପାଇଁ ମଧ୍ୟ ତାଙ୍କର ଇନ୍‌କମ୍‌ ଟାର୍ଗେଟ ମଧ୍ୟ ସ୍ଥିର କରିସାରିଥିଲେ। ଏହି ଆପ୍ସ ମାଧ୍ୟମରେ ୨୦୨୩ ସୁଦ୍ଧା ୩୪ କୋଟି ଟଙ୍କା ରୋଜଗାର କରିବା ତାଙ୍କର ଲକ୍ଷ୍ୟ ଥିଲା। ମାତ୍ର ସବୁ ସ୍ବପ୍ନ ସ୍ବପ୍ନରେ ହିଁ ମିଶିଗଲା।

ସୂଚନାନୁଯାୟୀ , ଏହି ମାମଲାରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ କାନପୁରରେ ରାଜ କୁନ୍ଦ୍ରାଙ୍କ ଦୁଇଟି ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଜବତ କରିବାକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲା। ଏସବିଆଇ ଅଧିକାରୀମାନେ କହିଥିଲେ ଯେ ଏହି ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା କରାଯାଇଥିଲା।