ଜୁଲାଇ ୨୩ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ ବଲିଉଡ ଅଭିନେତ୍ରୀ ଶିଳ୍ପସେଠୀଙ୍କ ପତି ରାଜ କୁନ୍ଦ୍ରା

ଅଶ୍ଳିଳ ଫିଲ୍ମ ତିଆରି କରିବା ଓ ଏହାକୁ ବିଦେଶକୁ ପଠାଇବା ଅଭିଯୋଗରେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଠି ରାଜ କୁନ୍ଦ୍ରାଙ୍କ ଗିରଫ କରିଛି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ। ପର୍ଣ୍ଣୋଗ୍ରାଫି ଫିଲ୍ମ ପାଇଁ କୁନ୍ଦ୍ରା ୮-୧୦ କୋଟି ଟଙ୍କା ପୁଞ୍ଜି ନିବେଶ କରିଥିଲେ।

0

(ମୁମ୍ବାଇ) : ଅଶ୍ଳିଳ ଫିଲ୍ମ ତିଆରି କରିବା ଓ ଏହାକୁ ବିଦେଶକୁ ପଠାଇବା ଅଭିଯୋଗରେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଠି ରାଜ କୁନ୍ଦ୍ରାଙ୍କ ଗିରଫ କରିଛି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ। ପର୍ଣ୍ଣୋଗ୍ରାଫି ଫିଲ୍ମ ପାଇଁ କୁନ୍ଦ୍ରା ୮-୧୦ କୋଟି ଟଙ୍କା ପୁଞ୍ଜି ନିବେଶ କରିଥିଲେ। ଭାରତର ହୋଟେଲ୍‌ ଆଦି ବୁକ୍ କରି ଫିଲ୍ମ ସୁଟିଂ କରି ଲଣ୍ଡନ ପଠାଉଥିଲେ କୁନ୍ଦ୍ରା। ସେଠାରେ ତାଙ୍କ ଭାଇ ଏହି ବ୍ୟବସାୟ ଚଳାଉଥିଲେ। ଏହି ଘଟଣା କୁନ୍ଦ୍ରାଙ୍କ ମୋବାଇଲ୍ ସିଜ୍ କରିବା ସହିତ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଜେଲ୍‌ ପଠାଯିବ ବୋଲି ମୁମ୍ବାଇ ପୁଲିସ କହିଛି।

ସୂଚନାନୁଯାୟୀ , କ୍ରାଇମବ୍ରାଞ୍ଚ ସୋମବାର ଦିନ ରାଜ କୁନ୍ଦ୍ରାଙ୍କୁ ପଚରାଉଚରା କରିଥିଲା ​​ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୨୧ ଫେବୃଆରୀରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପରେ ଏହାକୁ ଦେଖାଇବାକୁ ନେଇ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏକ ମାମଲା ରୁଜୁ କରାଯାଇଥିଲା। ସେବେଠାରୁ ଏହାର ତଦନ୍ତ ଜାରି ରହିିଥିଲା। ଜେଏଲ୍ ଷ୍ଟ୍ରିମ୍ ନାମକ ଏହି ଆପର ମାଲିକ ରାଜ କୁନ୍ଦ୍ରା ମଧ୍ୟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳର ରାଜସ୍ଥାନ ରୟାଲ୍ସର ସହ-ମାଲିକ ଅଟନ୍ତି।