ଦୁର୍ଘଟଣାରୁ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ସକାଳେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି ରାଜଧାନୀ ଏକ୍ସପ୍ରେସ୍ । ଦିଲ୍ଲୀ-ହାଓଡା ରାଜଧାନୀ ଏକ୍ସପ୍ରେସ୍ ଓ ମଗଧ ଏକ୍ସପ୍ରେସ୍ ମଙ୍ଗଳବାର ଦିନ କାନପୁର ନିକଟରେ ଆସନ୍ନ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି । ରେଳଧାରଣା ଭାଙ୍ଗି ୧୪ ଇଂଚ ଦୀର୍ଘ ଏକ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ପାଇବା ପରେ ଟ୍ରେନ୍ ଚାଳକ ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ, ଯାହା ଫଳରେ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ଟ୍ରେନ୍ ।ଏହାପରେ ସେ ତୁରନ୍ତ କଂଟ୍ରୋଲ୍ ରୁମକୁ ଜଣାଇଥିଲେ । ଏହା ପରେ ସେଇ ଟ୍ରାକରେ ଆସୁଥିବା ଦିଲ୍ଲୀ-ହଓଡା ଓ ପାଟନା-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ ଅଟକା ଯାଇଥିଲା । ଫଳରେ ବଡ଼ଧରଣର ଦୁର୍ଘଟଣାରୁ ରକ୍ଷା ପାଇଥିଲା ଏହି ଦୁଇ ଟ୍ରେନ୍।
ଏହାପରେ ରେଳବାଇର ସ୍ୱତନ୍ତ୍ର ଯାଞ୍ଚକାରୀ ଦଳ ଘଟଣାସ୍ଥଳରେ ପହଂଚି ଭାଂଗିଯାଇଥିବା ଟ୍ରାକକୁ ସଜାଡ଼ି ଥିବା ଜଣାପଡ଼ିଛି । ଏହି କାରଣରୁ ଦିଲ୍ଲୀ ଯାଉଥିବା ଏକାଧିକ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି ।