ଅଭିନେତା ରାଜୀବ ପାଲ୍ କରୋନା ପଜିଟିଭ୍ ଚିହ୍ନଟ

ସେଲିବ୍ରିଟି କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଏବେ ସସୁରାଲ ସିମର କା ୨ ଫେମ୍ ଟେଲିଭିଜନ ଅଭିନେତା ରାଜୀବ ପାଲ୍

0

(ମୁମ୍ବାଇ) : କରୋନା ଭାଇରସର ଦ୍ବିତୀୟ ଲହର ଲକ୍ଷାଧିକ ଲୋକଙ୍କୁ ଆକ୍ରମଣ କରିଛି । କେହି ବି ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଏବେ ସସୁରାଲ ସିମର କା ୨ ଫେମ୍ ଟେଲିଭିଜନ ଅଭିନେତା ରାଜୀବ ପାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତା ନିଜେ ବୁଧବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।
ରାଜୀବ ଇନଷ୍ଟାଗ୍ରାମରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ସୂଚନା ଦେଇ ଲେଖିଛନ୍ତି ଯେ, ପରିସ୍ଥିତି ଅଣାୟତ ହେବା ପୂର୍ବରୁ ହାତ ଟେକିଦେବା ଉଚିତ । ଥଣ୍ଡା ଜ୍ବର ଛାଡୁନଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଯାଇଛି । ଏଠାରେ ଦକ୍ଷ ଡାକ୍ତର ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ରେମଡେସିଭିର ସହ ଅନ୍ୟ ଔଷଧ ଦେଇ ଚିକିତ୍ସା ଆରମ୍ଭ କରିଛନ୍ତି ।