ଶାରଦା ଚିଟଫଣ୍ଡ ଦୁର୍ନିତୀ ମାମଲା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପୁର୍ବତନ ପୋଲିସ କମିଶନରଙ୍କ ପତ୍ନୀ

0

(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): ଗିରଫଦାରୀରୁ ବତ୍ତିଯିବା ପାଇଁ ସିବିଆଇ ସହ ଏବେ ଲୁଚକାଳି ଖେଳୁଛନ୍ତି କୋଲକାତାର ପୁର୍ବତନ ପୋଲିସ କମିଶନର ରାଜୀବ କୁମାର । କୋଲକାତା ହାଇକୋର୍ଟରେ ରାଜୀବଙ୍କ ସ୍ତ୍ରୀ ତାଙ୍କ ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି ।
ଶାରଦା ଚିଟଫଣ୍ଡ ଦୁର୍ନୀତିର ଏସଆଇଟି ତଦନ୍ତ ବେଳେ ରାଜୀବ କୁମାର ପ୍ରମାଣ ନଷ୍ଟ କରିଦେଇଥିବା ଅଭିଯୋଗ ରହିଛି । ଏନେଇ ସିବିଆଇ କୋର୍ଟ ରାଜୀବ କୁମାରଙ୍କୁ ଦୁଇ ଦୁଇ ଥର ସମନ କରିବା ପରେ ମଧ୍ୟ ସେ ଅଦାଲତରେ ହାଜର ହୋଇ ନାହାନ୍ତି ।
ମିଳିଥିବା ସୁଚନାନୁସାରେ, ରାଜୀବ କୁମାର ଏବେ ଛୁଟିରେ ଅଛନ୍ତି । ସେ ଚଳିତ ମାସ ୩୦ ତାରିଖରେ ସିବିଆଇ ଠାରେ ହାଜର ହେବେ ବୋଲି ଇ-ମେଲ ଜରିଆରେ ସିବିଆଇ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛନ୍ତି । ଏନେଇ ସିବିଆଇ ପଶ୍ଚିମବଙ୍ଗ ପୋଲିସକୁ ପଚାରିବାରୁ ରାଜୀବ ୨୫ ତାରିଖ ଯାଏ ଛୁଟିରେ ଅଛନ୍ତି ବୋଲି ଜଣା ପଡିଥିଲା ।
ବର୍ତ୍ତମାନ ତାଙ୍କ ସ୍ତ୍ରୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିବାରୁ ରାଜୀବ ସିବିଆଇ ଠାରେ ହାଜର ନହେବା ପାଇଁ ଏପରି କରୁଛନ୍ତି ବୋଲି ପ୍ରମାଣିତ ହୋଇଛି । ଏହା ପୁର୍ବରୁ ଗତ ସପ୍ତାହରେ ଅଲ୍ଲିପୁର ଜିଲ୍ଲା କୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।