” ଏଥିପାଇଁ ମୋର କୌଣସି ଅନୁତାପ ନାହିଁ” : ରାଜପାଲ ଯାଦବ

ବଲିଉଡ ଅଭିନେତା ରାଜପାଲ ଯାଦବ ଟିଭିର ଲୋକପ୍ରିୟ ଧାରାବାହିକ ’ତାରକ ମେହେଟ୍ଟା କା ଓଲଟା ଚଷମା’ରେ ଜେଠାଲାଲଙ୍କ ଚରିତ୍ର ଛାଡ଼ିବା ନେଇ ଖୁଲାସା କରିଛନ୍ତି। ଏହି ସମ୍ପର୍କରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ସୋ ଛାଡିବା ପାଇଁ ଅନୁତାପ କରୁଛନ୍ତି କି ?

0

(ମୁମ୍ବାଇ) : ବଲିଉଡ ଅଭିନେତା ରାଜପାଲ ଯାଦବ ଟିଭିର ଲୋକପ୍ରିୟ ଧାରାବାହିକ ’ତାରକ ମେହେଟ୍ଟା କା ଓଲଟା ଚଷମା’ରେ ଜେଠାଲାଲଙ୍କ ଚରିତ୍ର ଛାଡ଼ିବା ନେଇ ଖୁଲାସା କରିଛନ୍ତି। ଏହି ସମ୍ପର୍କରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ସୋ ଛାଡିବା ପାଇଁ ଅନୁତାପ କରୁଛନ୍ତି କି ? ଏଥିପାଇଁ ସେ ଉତ୍ତର ଦେଇଛନ୍ତି ଯେ ନା, ତାଙ୍କର କୌଣସି ଅନୁତାପ ନାହିଁ। ଜେଠାଲାଲାଙ୍କ ଚରିତ୍ରର ପରିଚୟ ଜଣେ ଭଲ କଳାକାରଙ୍କ ହାତରେ ହୋଇଛି। ସେ ଆହୁରି କହିଛନ୍ତି କି, ଆମାମାନେ ଏକ ମନୋରଞ୍ଜନର ମାର୍କେଟରେ ଅଛନ୍ତି, ତେଣୁ ମୁଁ କୌଣସି କଳାକାରଙ୍କ ଭୂମିକାରେ ନିଜ ଭୂମିକାକୁ ଫିଟ୍‌ କରିବାକୁ ଚାହୁଁନାହିଁ।

ସୂଚାନୁଯାୟୀ , ଆସନ୍ତା ସପ୍ତାହରେ ଟେଲିଭିଜନରେ ୧୩ ବର୍ଷ ପୂରଣ ହେବାକୁ ଥିବା ତାରକ ମେହେଟ୍ଟା କା ଓଲଟା ଚଷମାରେ ଦିଲୀପ ଯୋଶୀ ଜେଠାଲାଲଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ମୁମ୍ବାଇର ଗୋକୁଧାମ୍ କୋ-ଅପରେଟିଭ୍ ହାଉସିଂ ସୋସାଇଟିର ବାସିନ୍ଦାଙ୍କ ଜୀବନକୁ ନେଇ ଏହି ଶୋ ’ ପ୍ରସ୍ତୁତ ହୋଇଛି। ଏହା ୨୦୦୮ ମସିହାରେ ସୋନି SAB ଟିଭିରେ ଏହାର ପ୍ରିମିୟର୍ ହୋଇଥିଲା ।