ନାଲିକାଳିରେ ଲୁହଭିଜା ଚିଠିକୁ ନେଇ ରାଜନୀତିରେ ଜୋରଦାର ଚର୍ଚ୍ଚା
ସମର୍ଥକଙ୍କ ଚର୍ଚ୍ଚା ସ୍ୱାଧୀନ ଭାବେ କରିବେ ନାମାଙ୍କନ ଦାଖଲ।
ଧାମନଗର : ବିଜେଡ଼ିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ (ରାଜୁ) ବିଜେଡିରୁ ଟିକେଟ ନ ପାଇବା ପରେ ତାଙ୍କର ସମର୍ଥକମାନେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ଶତାଧିକ ରାଜୁ ସମର୍ଥକ ତାଙ୍କ ଭଦ୍ରକସ୍ଥିତ ବାସଭବନରେ ପହଞ୍ଚି ରାଜୁ ଭାଇ ସାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ରାଜୁଙ୍କୁ ବିଜେଡି ଶେଷ ପର୍ଯାୟରେ ଟିକେଟ ନ ଦେଇ ହତାଶ କରିଥିବାରୁ ତାଙ୍କ ସମର୍ଥକମାନେ ଏହାର ଦୃଢ଼ ଜବାବ ଦେବେ କହୁଛନ୍ତି । ଏପରିକି ଧାମନଗରରେ ଚର୍ଚ୍ଚା ହେଉଛି ରାଜୁ ଦାସ ସ୍ୱାଧିନ ପ୍ରାର୍ଥୀ ବାବେ ନାମାଙ୍କନ ଭରିପାରନ୍ତି । ଆଉ ରାଜୁ ଦାସ ଯଦି ପ୍ରାର୍ଥୀ ହୁଅନ୍ତି ତାହାଲେ ବିଜେଡିର ଅଙ୍କ ଗୋଳମାଳ ହେବ । ତେବେ ଏସବୁ ଭିତରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଚିଠି।
ଚିଠିଟି ଧାମନଗର ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଲେଖାହୋଇଛି । ଚିଠିକୁ ରାଜେନ୍ଦ୍ର କୁମାର ଦାସ ଓରଫ ରାଜୁ ଦାସ ଲେଖିଥିବା ଏଥିରେ ଉଲ୍ଲେଖ ହୋଇଛି । ତେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ଯେ, ରାଜୁ ଦାସ ହିଁ ଏହି ଚିଠି ଲେଖିଛନ୍ତି । ଅଭିଯୋଗ ଭରା ଏହି ଚିଠିରେ ଲେଖାଯାଇଛି ।
ଭଦ୍ରକରେ ଚର୍ଚ୍ଚା ହୋଇଥିଲା ଯେ, ରାଜୁ ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି। ମାତ୍ର ଅପରାହ୍ନ ୩ଟା ସୁଦ୍ଧା ରାଜୁ ପ୍ରାର୍ଥୀପତ୍ର ଦାଖଲ କରି ନଥିଲେ। ଆସନ୍ତାକାଲି ରାଜୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ କି ନାହିଁ ପ୍ରଶ୍ନ ଉଠିଛି।