କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ହାର୍ଟ ଆଟାକ୍‌

0

ମୁମ୍ବାଇ : ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବାସ୍ଥା ଠିକ ନାହିଁ । ହୃଦଘାତ କାରଣରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ସେ ଜିମରେ ୱାର୍କଆଉଟ କରୁଥିବା ବେଳେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଫ୍ୟାନମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ରାଜୁଙ୍କ ଲୋକସଂପର୍କ ବିଭାଗର ମୁଖ୍ୟ ଅଜିତଙ୍କ କହିବା ମୁତାବକ ଏକ କମେଡିଆନ ପାର୍ଟିରେ ରାଜୁ ଶ୍ରୀବାସ୍ତବ କିଛି ବଡ ବଡ ନେତାଙ୍କୁ ଭେଟିବାକୁ ଦିଲ୍ଲୀରେ ରହିଥିଲେ । ହେଲେ ସକାଳେ ଜିମ୍ କରିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା । ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ସେ କହିଛନ୍ତି । ରାଜୁ ଶ୍ରୀବାସ୍ତବଙ୍କୁ କମେଡିର ବାଦ୍‌ଶାହ କୁହାଯାଏ। ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି। ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଛନ୍ତି। ଏଣୁ ଖବର ପ୍ରଚାରିତ ହେବା ପରେ ମର୍ମାହତ ହୋଇପଡିଛନ୍ତି ରାଜୁଙ୍କ ପ୍ରଶଂସକମାନେ । କିଛି ପ୍ରଶଂସକ ସୋସିଆଲ ମିଡିଆରେ ରାଜୁଙ୍କ ଆଶୁଆରୋଗ୍ୟ କାମନା କରୁଥିବାର ପୋଷ୍ଟ ସେୟାର କରିଛନ୍ତି । ରାଜୁ ଶ୍ରୀବାସ୍ତବ ଷ୍ଟେଜ୍‌ ଶୋ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ।