ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଶହେ ମିଟର ଫାଇନାଲକୁ ଯାଇପାରି ନାହାନ୍ତି ଓଡ଼ିଆ ଦୌଡ଼ ରାଣୀ । ୧୧ ଦଶମିକ ପାଞ୍ଚ ପାଞ୍ଚ ସେକେଣ୍ଡ ସହ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ଦୂତୀ । ଏଥିରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନଥିଲେ । ପୂର୍ବରୁ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ୧୦୦ମିଟର ଦୌଡ଼ରେ ଅଂଶ ଗ୍ରହଣ କରିଥିଲେ। ତେଣୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୂତି ଚାନ୍ଦ ଭଲ ପ୍ରଦର୍ଶନ କରିବେ ବୋଲି ଆସ କର ଯାଇଥିଲା ।
ନିଜର ହିଟର ଚତୁର୍ଥ ଓ ମୋଟ ଉପରେ ୨୭ତମ ସ୍ଥାନରେ ରହିଥିଲେ । ଦୂତି ପ୍ରଥମ ଲାଗି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରୁଛନ୍ତ । ହେଲେ ଶହେ ମିଟର ରେସରେ ସେ ନିଜର ଛାପ ଛାଡ଼ିବାରେ ବିଫଳ ହୋଇଛନ୍ତି । ଦୂତୀ ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳର ମଧ୍ୟ ସଦସ୍ୟ ଅଛନ୍ତି । ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଏହି ଦଳରେ ସାମିଲ ଅଛନ୍ତି । ୬ ତାରିଖରେ ଭାରତୀୟ ରିଲେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ ।