ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ

0

(ସରୋଜ ରାଉତ)ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଧାନସଭାରେ ନାମାଙ୍କନ ପତ୍ର ଦାଖଲ ହୋଇଛି । ବିଜେଡି ପ୍ରାର୍ଥୀ ସସ୍ମିତ ପାତ୍ର , ଅମର ପଟ୍ଟନାୟକ ଓ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି , ବିଜେପିର ବିଧାୟକ ଓ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।

ତିନି ପ୍ରାର୍ଥୀ ଆଜି ଦିନ ସାଢେ ୧ଟାରେ ବିଧାନସଭାରେ ପହଁଚି ଆବଶ୍ୟକ କାଗଜ ପତ୍ର ଯାଂଚ କରିଥିଲେ ।ଏହାସହ ରାଜ୍ୟସଭା ପ୍ରାର୍ଥୀତ୍ୱ ବାବଦରେ ୧୦ହଜାର ଟଙ୍କା ଦାଖଲ କରିଛନ୍ତି । ଏହାପରେ ସେମାନେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ସେମାନଙ୍କ ନାମାଙ୍କନ ପତ୍ର ପ୍ରଦାନ କରିଥିଲେ ।