ରାକ୍ଷୀ ବାନ୍ଧିଲେ ସର୍ବ କନିଷ୍ଟା ମହିଳା ସାମ୍ବାଦିକା

0

କେନ୍ଦ୍ରାପଡ଼ା: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ପର୍ବ ପାଇଁ ସାରା ଦେଶ ଓ ରାଜ୍ୟ ଉତ୍ସବ ମୁଖର | ଭାଇର ହାତରେ ସ୍ନେହର ରଖି ବାନ୍ଧିଥାଏ । ୟେ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଓ ସୁରକ୍ଷିତ। ଭାଇ ସାନ ହେଉ ଅବା ବଡ଼ ସବୁବେଳେ ଭଉଣୀର ଅଳି ଅର୍ଦଳ ଶୁଣେ। ସବୁ ପରିସ୍ଥିତିରେ ତା ପାଖେ ଛିଡ଼ା ହୁଏ। ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ । ଏହି ସ୍ନେହ–ପ୍ରେମର ବନ୍ଧନରେ ବାନ୍ଧି ହୋଇ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ କଥା ଦେଇଥାଏ । ସେଥିପାଇଁ କର୍ମକ୍ଷେତ୍ରରେ ମଧ୍ୟ ପାଳନ କରିଛନ୍ତି ସର୍ବ କନିଷ୍ଟା ମହିଳା ସାମ୍ବାଦିକା ।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । କେନ୍ଦ୍ରାପଡ଼ା ଜିଲ୍ଲାକାର୍ଯ୍ୟଳୟ ପରିସରରେ ସାମ୍ବାଦିକା କବିତା ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲାସାମ୍ବାଦିକ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଓ ମିଠା ଖୁଆଇ ଆଶ୍ରିବାଦ ନେଲେ । ସର୍ବ କନିଷ୍ଟା ମହିଳା ସାମ୍ବାଦିକା ଭାବେ କବିତା କାର୍ଯ୍ୟ କରନ୍ତି ଅନେକ ସାମ୍ବାଦିକ ଭାଇ ମାନଙ୍କ ସହିତ କାର୍ଯ୍ୟ କରୁଥିବାରୁ ସମସ୍ତ ବଡ଼ ଭାଇମାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଏକ ସମ୍ପର୍କ ଠାରୁ ସମ୍ପର୍କ ସୁରକ୍ଷା କାମନା ଆଶ୍ରିବାଦ ପାଇଁ ଆଜି ସମସ୍ତଙ୍କୁ ରାକ୍ଷୀ ବାନ୍ଧି ଆଶ୍ରିବାଦ ନେଲେ ସାମ୍ବାଦିକା । କୁହାଯାଏ ଯେ , ରଖି ତାଙ୍କୁ ବନ୍ଧା ଯାଏ ଯିଏ ସୁରାକ୍ଷା ଦେଇଥାନ୍ତି ।