ପବିତ୍ର ଶ୍ରୀରାମ ନବମୀ ଅବସରରେ ଭବ୍ୟ ଶୋଭାଯାତ୍ରା 

0

ହିଂଜିଲିକାଟୁ/ରଜନୀ କାନ୍ତ ପାତ୍ର  : ଗତ କାଲି ହିଂଜିଲିକାଟୁ ନଗରରେ ପବିତ୍ର ଶ୍ରୀରାମ ନବମୀ ଅବସରରେ ଏକ ଭବ୍ୟ ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା । ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ସଂଗଠନ ତରଫରୁ ପ୍ରଖଣ୍ଡ ସଂଯୋଜକ ଜଗନ୍ନାଥ ଜେନା ,କୃଷ୍ଣ ଦାସ ଓ ସଂଗଠନ ର କାର୍ୟ୍ୟକର୍ତାମାନଙ୍କ ଦ୍ୱାରା ହିଂଜିଲିକାଟୁ ସହରରେ ପ୍ରଥମ ଥର ପାଇଁ ଆୟୋଜିତ ଏକ ଶୋଭାଯାତ୍ରା ସ୍ଥାନୀୟ ମିନି ଷ୍ଟାଡିଅମଠାରୁ  ବାହାରି ଥିଲା । ଶୋଭାଯାତ୍ରା ପ୍ରମୁଖ ପୁରୁଷୋତ୍ତମ ମଲ୍ଲ ଓ ସନ୍ତୋଷ ପାଣିଗ୍ରାହୀଙ୍କ ସଂଚାଳନାରେ ବାଦ୍ୟ ଯନ୍ତ୍ର , ଘଣ୍ଟସ୍ଥଳ ସହ ଶ୍ରୀରାମଙ୍କ ମୂର୍ତ୍ତି  ନଗର ସାରା ପରିକ୍ରମା ହୋଇଥିଲା। ଶ୍ରୀରାମ ପ୍ରେମୀ ଓ ଭକ୍ତ ମାନଙ୍କ  ଗୈରିକ ଧ୍ୱଜ ଓ ସାଂସ୍କୃତିକ ପରମ୍ପରା ସହ ନଗର ପରିକ୍ରମା ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ।

 

ପରିଶେଷରେ ଶୋଭାଯାତ୍ରା ମିନି ଷ୍ଟାଡିଅମ ଠାରେ ପହଂଚି ଥିଲେ ,ସେଠାରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଉକ୍ତ ବୌଦ୍ଧିକ ସଭାରେ ମୁଖ୍ୟ ଅତିଥି ରୂପେ ଗାୟତ୍ରୀ ପରିବାର ର ଜିଲ୍ଲା ସଂଯୋଜକ ଡ଼. ବୃନ୍ଦାବନ ମିଶ୍ର ,ସମ୍ମାନିତ ଅତିଥି ରୂପେ ତ୍ରିରଙ୍ଗା ସେବା ସଙ୍ଘ ର ସଭାପତି ରଂଜନ ସାହୁ ଓ ମୁଖ୍ୟ ବକ୍ତା ରୂପେ ଅବସର ପ୍ରାପ୍ତ ସୈନିକ ହର ପ୍ରସାଦ ସ୍ୱାଇଁ ଯୋଗ ଦେଇ ରାମ ଭକ୍ତ ମାନଙ୍କୁ ଦିଗଦର୍ଶନ ଦେବା ସହ ସଭିଙ୍କ ଜୀବନ ଶୈଳୀରେ ଶ୍ରୀରାମଙ୍କ ଧାରା ପ୍ରବାହିତ ହେଉ ଯାହାଦ୍ୱାରା ଆଗାମୀ ଦିନରେ ରାମରାଜ୍ୟ ସୃଷ୍ଟି ହୋଇପାରିବ ବୋଲି ଅଭିମତ ରଖିଥିଲେ। ଏହି କାର୍ୟ୍ୟକ୍ରମକୁ ଲଷ୍ମଣ ବେହେରା, ଆଲୋକ ନାୟକ, ଯୋଗୀନ୍ଦ୍ର ସେଠି, ନାରାୟଣ ବିଷୋୟୀ, ଅଜିତ ନାୟକ ପ୍ରମୁଖ ପରିଚାଳନା କରୁଥିଲା ବେଳେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ରାମ ଭକ୍ତ ଓ ବଜରଙ୍ଗୀ ଭାଇ ମାନେ ଯୋଗ ଦେଇଥିଲେ ।