କର୍ଫ୍ୟୁରେ ଶଶୁର ଘରେ ସମୟ ଅତିବାହିତ କରିବେ ରଣବୀର

0

(ମୁମ୍ବାଇ ): ମହାରାଷ୍ଟ୍ରରେ ୧୫ ଦିନିିଆ ଜନତା କର୍ଫ୍ୟୁ ଲାଗୁ ହେବା ପରେ ନିଜ ଶଶୁର ଘରେ ସମୟ ଅତିବାହିତ କରିବା ପ୍ଲାନ କରିଛନ୍ତି ବଲିଉଡ ଷ୍ଟାର ରଣବୀର ସିଂ। ନିକଟରେ ରଣବୀର ଓ ପତ୍ନୀ ଦୀପିକା ପାଦୁକୋନଙ୍କୁ ମୁମ୍ବାଇ ବିମାନବନ୍ଦରର ଦେଖିବାକୁ ମିଳିଛି। ସେମାନେ ବିମାନ ଯୋଗେ ମୁମ୍ବାଇରୁ ବେଙ୍ଗାଲୁର ଯାତ୍ରା କରିଛନ୍ତି। ଉଭୟ ପତି ପତ୍ନୀ ଧଳା ସାର୍ଟ ଉପରେ ବ୍ଲୁ ଡେନିମ୍‌ ଜ୍ୟାକେଟ୍‌ ପିନ୍ଧିବା ସହ କଳା ପ୍ୟାଣ୍ଟ୍‌ ପିନ୍ଧି ବିମାନବନ୍ଦରରେ ନଜର ଆସିଥିଲେ।
ସୂଚାନୁଯାୟୀ , ଏହି ଜନତା କର୍ଫ୍ୟୁ କାଳରେ ଦୀପିକା ନିଜ ପରିବାର ଓ ସ୍ବାମୀଙ୍କ ସହ ଏକତ୍ର ସମୟ ବିତାଇବା ପାଇଁ ଏଭଳି ଯୋଜନା କରିଛନ୍ତି।