ମୁମ୍ବାଇ : ‘Tu jhutti mein Makkar’ ଫିଲ୍ମରେ ଅଭିନୟ କରିବା ପାଇଁ ଟଙ୍କା ନେଇ ନାହାନ୍ତି ରଣବୀର କାପୁର । ଏ କଥା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିବେ । କାରଣ ରଣବୀର କାପୁରଙ୍କ ଭଳି ଜଣେ ଫେମସ୍ ଅଭିନେତା ତଥା ବଲିଉଡ୍ ର ହ୍ୟାଣ୍ଡସମ୍ ହଙ୍କ ଯେ କିଭଳି ବିନା ଫି’ ରେ କାମ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ । ଏ ନେଇ ଖୁଲାସା କରିଛନ୍ତି ‘Tu jhutti mein Makkar’ ଫିଲ୍ମର ନିର୍ଦ୍ଦେଶକ ଲଭ ରଞ୍ଜନ । ଏହି ଫିଲ୍ମ ବକ୍ସ ଅଫିସରେ ଧମାକା ମଚାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୭୬ କୋଟି ଟଙ୍କାର ବ୍ୟବସାୟ କରିଛି । ତେବେ ରଣବୀର କାହିଁକି ଟଙ୍କା ନେଇ ନାହାନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଏକ ସାକ୍ଷାତକାରରେ ଡିରେକ୍ଟର ଲଭ ରଞ୍ଜନ ଏନେଇ ସୂଚନା ଦେଇଛନ୍ତି । ଏକ ସାକ୍ଷାତକାରରେ ରଣବୀର କହିଥିଲେ ଯେ ଲଭ ରଞ୍ଜନ ଯେବେ ସିନେମା କରିଥିଲେ ସେବେ ସେ ଅନ୍ୟ ମାନଙ୍କ ଭଳି ଠକିବା କାମ କରିନଥିଲେ । ଫିଲ୍ମ ପାଇଁ ବହୁ ପରିଶ୍ରମ କରିଥିଲେ । ମୋ ଜେଜେ ବାପା ମଧ୍ୟ ଯେବେ ଫିଲ୍ମ ନିର୍ମାଣ କରୁଥିଲେ ମୋ ଜେଜେ ମା’ଙ୍କ ଗହଣା ବନ୍ଧା ପକାଇ ଦେଉଥିଲେ । ଲଭ ରଞ୍ଜନ ମଧ୍ୟ ନିଜ ଜୀବନ ଲଗାଇ ଏହି ଫିଲ୍ମ ପାଇଁ ପରିଶ୍ରମ କରିଥିଲେ । ତେବେ ଏହା ପରେ ଲଭ ରଞ୍ଜନ ମଧ୍ୟ କହିଥିଲେ ଯେ ପରିଶ୍ରମ ପାଶରୁ ଥିଲା । ରଣବୀର ମଧ୍ୟ ଏ ପ ର୍ଯ୍ୟନ୍ତ ଫିଲ୍ମରେ ଅଭିନୟ ପାଇଁ ତାଙ୍କ ଫି ନେଇ ନାହାନ୍ତି । ତେବେ ଲଭ ରଞ୍ଜନଙ୍କ ଏ କଥା ଶୁଣି ସମସ୍ତେ ଆଶ୍, ର୍ଯ୍ୟ ହୋଇଯାିଥିଲେ ।
ତେବେ ରଣବୀର ଏହି ଫିଲ୍ମ ବାବାଦକୁ କେତେ ଟଙ୍କା ନେବେ ଓ କେବେ ନେେବେ ସେ ନୋଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।ଏହି ଫିଲ୍ମର ରଣବୀରଙ୍କ ସହ ଶ୍ରଦ୍ଧା କାପୁର ନଜର ଆସିଛନ୍ତି । ଉଭୟଙ୍କ ଅନସ୍କସ୍କ୍ରୀନ କେଷ୍ଟ୍ରେୀ ମଧ୍ୟ ଦର୍ସକଙ୍କୁ ବେସ୍ ପସନ୍ଦ ଆସିଛି । ରଣବୀର, ଶ୍ରଦ୍ଧାଙ୍କ ସହ ଏହି ଫିଲ୍ମରେ ଡିମ୍ପଲ କପାଡିଆ ଏବଂ ନିର୍ମାତା ବୋନି କାପୁର ମଧ୍ୟ କାମ କରିଛନ୍ତି ।