ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ରଣଦୀପ ହୁଡ୍ଡା

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ରଣଦୀପ ହୁଡ୍ଡା।

0

(ମୁମ୍ବାଇ) : ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ରଣଦୀପ ହୁଡ୍ଡା। ତାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ହୋଇଛି। ଏକ ଆକ୍ସନ ସିନ୍‌ର ଶୁଟିଂ ବେଳେ ସେ ଆହତ ହୋଇଛନ୍ତି। ଭୟଙ୍କର ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁମ୍ବାଇ ସ୍ଥିତ କୋକିଲାବେନ୍‌ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ମାର୍ଚ୍ଚ ୧ ତାରିଖାରେ ତାଙ୍କ ଆଣ୍ଠୁର ସର୍ଜରୀ ହୋଇଛି।

ସୂଚନାନୁଯାୟୀ , ରଣଦୀପ ଗତ କିଛି ମାସ ହେଲା ତାଙ୍କ ଅପକମିଂ ଫିଲ୍ମ ‘ଇନ୍‌ସ୍ପେକ୍ଟର ଅଭିନାଶ’ର ଶୁଟିଂରେ ବ୍ୟସ୍ତ ଥିଲେ। ତେବେ ଏକ ଆକ୍ସନ ସିନ୍‌ର ଶୁଟିଂ ବେଳେ ସେ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁରେ ଗୁରୁତରେ ଆଘାତ ଲାଗିଛି। ତେବେ ରଣଦୀପ କିମ୍ବା ତାଙ୍କ ଟିମ୍‌ ପକ୍ଷରୁ ଏନେଇ କୌଣସି ସୂଚନା ମିଳିନାହିଁ।