କୋରୋନା ବିପକ୍ଷରେ ଲଢିବେ ରଣଦୀପ

0

ମୁମ୍ବାଇ(ରିପୋଟର୍ସ ଟୁଡେ): କୋରୋନା ମହାମାରୀ ବିପକ୍ଷରେ ନିଃସ୍ୱାର୍ଥପର ଭାବେ ଗତ ବର୍ଷେ ହେଲା କାମ କରି ଆସୁଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ଏକା ଏକା କୋରୋନାରେ ପ୍ରଭାବିତ ଲୋକଙ୍କୁ ସହାଯ୍ୟ କରି ଗରିବଙ୍କ ସେ ଭଗବାନ ପାଲଟି ଯାଇଛନ୍ତି । ଏବେ ଆଉ ଜଣେ ବଲିଉଡ କଳାକାର ରଣଦୀପ ହୁଡ୍ଡା ମଧ୍ୟ କୋରୋନା ବିପକ୍ଷ ଲଢେଇରେ ନିଗକୁ ସାମିଲ କରିବାକୁ ଯାଉଛନ୍ତି । ଖାଲସା ଏଡ ନାମକ ଏକ ଏନଜିଓ ସହ ମିଶି ସେ ଭାରତକୁ ଏହି ବିପଦ ସମୟରେ ସାହାଯ୍ୟ କରିବେ ବୋଲି ଜଣାଯାଇଛି । ଦେଶରେ ଦେଖା ଦେଇଥିବା ଅକ୍ସିଜେନ ଅଭାବକୁ ଦୂର କରିବା ପାଇଁ ଏହି ଏନଜିଓ ସହ ମିଶି ସେ ୭୦୦ ଅକ୍ସିଜେନ କନଷ୍ଟ୍ରେଟର୍ସ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ଆବଶ୍ୟକୀୟ ଲୋକଙ୍କୁ ଅକ୍ସିଜେନ ଯୋଗାଇ ସେମାନଙ୍କ ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା ଚଳାଇଛନ୍ତି । ଏନେଇ ନିଜେ ରଣଦୀପ ସୋଶଲ ମିଡିଆ ଜରିଆରେ ଲୋକମାନଙ୍କୁ ସୂଚନା ଦେବା ସହ ସେମାନଙ୍କୁ ମଧ୍ୟ ଏହି ମହାନ କାର୍ଯ୍ୟରେ ସାମିଲ ହେବାକୁ ନିବେଦନ କରିଛନ୍ତି । ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ଶେୟର କରି ସେ ଲେଖିଛନ୍ତି ଯେ ଭାରତ କୋରୋନା ଭଳି ମହାମାରୀକୁ ସାମନା କରୁଛି । ଅକ୍ସିଜେନ ଅଭାବରୁ ଅନେକ ଲୋକ ପ୍ରାଣ ହରାଉଛନ୍ତି । ତେଣୁ ଏହି ବିପଦରେ ଆସନ୍ତୁ ଆମେ ଏକାଠି ହେବା ଏବଂ ଦେଶକୁ ବିପଦରୁ ରକ୍ଷା କରିବା ପାଇଁ ଜୀବନ ବଞ୍ଚାଇବା ।