ବଧୂ ବେଶରେ ରାନୁ ମଣ୍ଡଳ !

ନାଲି ଶାଢୀ ସହ ମଥାରେ ନାଲି ଟିକିଲିି ଆଉ ହାତରେ ଚୂଡି ପିନ୍ଧି ପୁରା ବଧୂ ବେଶରେ ନଜର ଆସିଲେ ରାନୁ ।

0

ମୁମ୍ବାଇ : ରନବୀର ଆଲିଆଙ୍କ ସହ ଆଉ ଜଣେ ସେଲିବ୍ରେଟି ହେଲେ କନିଆ । ଆଜ୍ଞା ହଁ ବଧୂ ବେଶରେ ନଜର ଆସିଲେ ରାନୁ ମଣ୍ଡଳ । ଏ ସେହି ରାନୁ ଯିଏ ଗୋଟିଏ ଗିତରେ ବନି ଝାଇଥିଲେ ଷ୍ଟାର । ଏହା ପରେ ବଲିଉଡ ସିଙ୍ଗର ହିମେସ ରେସମିୟାଙ୍କ ସହ ଆଲବମ ଗୀତ ତେରେ ମେରେ ଗାଇ ଦେଶରେ ବେଶ ଚର୍ଚ୍ଚାରେ ଥିଲେ ରାନୁ । ଏହି ଗୀତ ପରେ ରାନୁଙ୍କର ବଢି ଯାଇଥିଲା ଫ୍ୟାନ ଫଲୋଇଙ୍ଗ ।

ନାଲି ଶାଢୀ ସହ ମଥାରେ ନାଲି ଟିକିଲିି ଆଉ ହାତରେ ଚୂଡି ପିନ୍ଧି ପୁରା ବଧୂ ବେଶରେ ନଜର ଆସିଲେ ରାନୁ । ସବୁଠାରୁ ବଡ କଥା ଯେ ରାନୁ ମଣ୍ଡଳ କନିଆ ବେଶ ହେଲେ କାହିଁକି ? କଣ ରାନୁଙ୍କୁ ଏ ବୟଷରେ ମିଳିଗଲା ତାଙ୍କ ମନର ମଣିଷ! ଯାହାକୁ ସେ ବିବାହ କରିବାକୁ ଯାଉଛନ୍ତି । ନାଁ ତାଙ୍କର କୌଣସି ସୁଟ ଅଛି । ତେବେ ଆପଣଙ୍କ ମନକୁ ଏହା ନିଶ୍ଚିତ ଆସୁଥିବ ଯେ , ରାନୁମଣ୍ଡଳ କାହିଁକି ବଧୂ ବେଶରେ ସଜେଇ ହୋଇଛନ୍ତି ।

 

ଏହା ଭିତରେ ରାନୁ ଏହି ବେଶରେ ଗୀତ ବି ଗାଉଥିବାର ନଜର ଆସୁଛନ୍ତି । ଆଉ ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ସେ କନିଆ ବେଶରେ ଗୀତ ଗାଉଥିବାର ନଜର ଆସିଛି । ଭୂବନ ବଦ୍ୟାକରଙ୍କ କାଚା ବାଦାମ ଗୀତ ଗାଉଛନ୍ତି ରାନୁ । ଆଉ ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ରାନୁ ମଣ୍ଡଳଙ୍କୁ ଟ୍ରୋଲ କରିବାରେ ଲାଗି ଗଲେଣି । କମେଣ୍ଟରେ ରାନୁଙ୍କୁ କାଚାବାଦାମ ବାଲାର ଗର୍ଲଫ୍ରେଣ୍ଡ ବୋଲି କହୁଛନ୍ତି ୟୁଜର୍ସ ।