ଡ୍ରାମା କୁଇନଙ୍କୁ ଆଲିଙ୍ଗନ କରି ଚର୍ଚ୍ଚାରେ ରଣବୀର ସିଂହ

ବଲିଉଡର ରଣବୀର ସିଂହ ନିଜର ଷ୍ଟାଇଲ୍‌ ଓ ଫ୍ୟାଶନ ସେନ୍ସକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି ।

0

(ମୁମ୍ବାଇ) : ବଲିଉଡର ରଣବୀର ସିଂହ ନିଜର ଷ୍ଟାଇଲ୍‌ ଓ ଫ୍ୟାଶନ ସେନ୍ସକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ନିଜ ପତ୍ନୀ ଦୀପିକା ପାଦୁକୋନ୍‌ଙ୍କଙ୍କୁ ଛାଡି ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱାନ୍ତଙ୍କୁ ଆଲିଙ୍ଗନ କରିପକାଇଛନ୍ତି । ସମସ୍ତଙ୍କ ସାମ୍ନାରେ ରାଖୀଙ୍କ ସହ ଡ୍ୟାନ୍ସ କରିବା ସହ ତାଙ୍କୁ କରିଛନ୍ତି ଆଲିଙ୍ଗନ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ସୂଚନାନୁଯାୟୀ , ନିଜ ନିଜ ଅନ୍ଦାଜରେ ଏମାନେ କରିଥିଲେ ମସ୍ତି। ଏହାପରେ ରଣବୀର ରଖୀଙ୍କୁ କୁଣ୍ଢେଇ ପକାଇଥିଲେ ଆଉ ଫଟୋ ପାଇଁ ମଜାଳିଆ ଢ଼ଙ୍ଗରେ ପୋଜ୍‌ ଦେଇଥିଲେ। ଏହି ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଛି। ଚାରିଆଡେ ଭାଇରାଲ ହେବାରେ ଲାଗିଛି ରଣବୀର ଓ ରାଖୀଙ୍କ ଏହି ଭିଡିଓ। ଜଣେ ୟୁଜର୍ସ ଲେଖିଛନ୍ତି, ‘ଆଜି ଦୀପିକା ତୁମକୁ ଘରେ ଏଣ୍ଟ୍ରି କରିବେ ନାହିଁ।’ ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଦୁଇ ଜୋକର ଏକାସହ। ଅନ୍ୟ କିଛି ଲୋକେ ରାଖୀଙ୍କୁ ଭେଟିବା ପରେ ରଣବୀରଙ୍କ ଏକ୍ସାଇଟମେଣ୍ଟ ଦୁଇଗୁଣା ବଢ଼ିଗଲା ବୋଲି କହିଛନ୍ତି।