ଫିଲ୍ମ ‘ଜୟେଶଭାଇ ଜେରଦାର’ରେ ନଜର ଆସିବେ ବାଜିରାଓ

ଦମଦାର ଡାଇଲଗ ସାଙ୍ଗକୁ ନିଜ ଅପ୍‌କମିଂ ଫିଲ୍ମର ଇଣ୍ଟରଡ୍ରକ୍ସନ ଦେଇଛନ୍ତି ବଲିଉଡର ବାଜିରାଓ ଓରଫ ରଣବୀର ସିଂହ।

0

(ମୁମ୍ବାଇ) : ଦମଦାର ଡାଇଲଗ ସାଙ୍ଗକୁ ନିଜ ଅପ୍‌କମିଂ ଫିଲ୍ମର ଇଣ୍ଟରଡ୍ରକ୍ସନ ଦେଇଛନ୍ତି ବଲିଉଡର ବାଜିରାଓ ଓରଫ ରଣବୀର ସିଂହ। ବହୁପ୍ରତିକ୍ଷିତ ଫିଲ୍ମ ‘ଜୟେଶଭାଇ ଜେରଦାର’ର ରିଲିଜ ତାରିଖ ଘୋଷଣା ହୋଇଛି। ନିଜ ଅନ୍ଦାଜରେ ଏହାକୁ ଘୋଷଣା କରିଛନ୍ତି ରଣବୀର। ଦିବ୍ୟାଙ୍ଗ ଠକ୍କରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ’ ୧୩ ତାରିଖରେ ପରଦାକୁ ଆସିବ।

ସୂଚନାନୁଯାୟୀ , ଏହି ଫିଲ୍ମ ଜରିଆରା ପୁଣିଥରେ ରଣବୀରଙ୍କ ଦେଖିବାକୁ ମିଳିବ ଅତରଙ୍ଗୀ ଅବତାର। ଏହି ଫିଲ୍ମରେ ସେ ଜଣେ ଗୁଜୁରାଟୀ ବ୍ୟକ୍ତି ଚରିତ୍ରରେ ନଜର ଆସିବେ। ତାଙ୍କ ଅପୋଜିଟରେ ଅଭିନେତ୍ରୀ ଶାଲିନୀ ପାଣ୍ଡେ ଅଛନ୍ତି। ଅନ୍ୟପ୍ରମୁଖ ଭୂମିକାରେ ରତ୍ନା ପାଠକ ଓ ବୋମନ ଇରାନୀ ନଜର ଆସିବେ। ଦିବ୍ୟାଙ୍ଗ ଠକ୍କରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ମା’ ୧୩ ତାରିଖରେ ପରଦାକୁ ଆସିବ।