ଭୁବନେଶ୍ୱରରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା : ଅଭିଯୋଗ ପରେ ୨ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର(ଆଶିଷ ରାଉତ):- ଖାରବେଳ ନଗର ଥାନା ଆଇଆଇସି ଙ୍କ ସାମ୍ବାଦିକ ସମ୍ମିଳନୀ। ଗତ ୩୦ ତାରିଖ ଦିନ କଟକ ରୁ କୋର୍ଟ କାମରେ ଜଣେ ୪୦ ବର୍ଷୀୟ ମହିଳା ଭୁବନେଶ୍ବର ଆସିଥିଲେ। ବିଳମ୍ବ ହେବାରୁ ରାତିରେ ଘରକୁ ଫେରି ପାରିଲେନି। ରାମ ମନ୍ଦିର ସମ୍ମୁଖରେ ଆଶ୍ରୟ ନେଉଥିଲେ। ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓରଫ କାଳିଆ ନାମକ ଜଣେ ବ୍ୟକ୍ତି ଯିଏକି ମୁଖ୍ୟ ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କୁ ଏକ ପାଖ ଘରକୁ ଡାକି ନେଇ ରାତିରେ ଆଶ୍ରୟ ନେବାକୁ କହିଥିଲେ।ପରେ  ବିଳମ୍ବିତ ରାତିରେ ସେହି ମହିଳାଙ୍କୁ ଦୁଷ୍କର୍ମ କରିଥିଲା।

ପରେ ପରେ  ସହଯୋଗୀ ବସନ୍ତ କୁମାର୍ ସାହୁ କାଳିଆର ଇଙ୍ଗିତରେ ଦୁଷ୍କର୍ମ କରିଥିଲେ। ମାଜିଷ୍ଟ୍ରେଙ୍କ ସାମ୍ନାରେ ବୟାନ ରେକର୍ଡ କରାଯାଇଛି। ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ଦଫା ୩୭୬ D ରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ନିଜ ଦୋଷ ସ୍ବୀକାର କରିଛନ୍ତି। ସେମାନଙ୍କର ଡ଼ାକ୍ତରୀ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଛି। ଦୁଇ ଜଣ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଭାବରେ ଏକ ଘରୋଇ ବ୍ୟାଙ୍କରେ କାମ କରନ୍ତି ।