ଓଟିଟିରେ ଧୁମ ମଚାଉଛି ‘ରୁଦ୍ର: ଦ ଏଜ୍‌ ଅଫ୍‌ ଡାର୍କନେସ୍‌’

ଓଟିଟି ପ୍ଲାଟ୍‌ଫର୍ମରେ ‘ରୁଦ୍ର: ଦ ଏଜ୍‌ ଅଫ୍‌ ଡାର୍କନେସ୍‌’ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ରାଶି ଖାନ୍ନା ।

0

(ମୁମ୍ବାଇ) : ଓଟିଟି ପ୍ଲାଟ୍‌ଫର୍ମରେ ‘ରୁଦ୍ର: ଦ ଏଜ୍‌ ଅଫ୍‌ ଡାର୍କନେସ୍‌’ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ରାଶି ଖାନ୍ନା । ଏଥିରେ ଅଜୟ ଦେବଗନଙ୍କ ସହ ସେ ସ୍କ୍ରିନ୍‌ ଶେୟାର କରିଛନ୍ତି । ଏଥିରେ ସିଦ୍ଧାର୍ଥ ମଲହୋତ୍ରା ଓ ଦିଶା ପଟାନି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ସାଉଥ୍‌ର ଲୋକପ୍ରିୟ ଚେହେରା ରାଶି ପାୱାର୍‌ପ୍ୟାକ୍‌ ଫିଲ୍ମ ‘ଯୋଦ୍ଧା’ ଜରିଆରେ ଖୁବ୍‌ଶୀଘ୍ର ହିନ୍ଦୀ ସିନେମାକୁ ଫେରିବେ । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ରାଶି ସାଉଥ୍‌ ଇଣ୍ଡଷ୍ଟ୍ରିରେ ନିଜର ଲମ୍ବା ଯାତ୍ରା ବିଷୟରେ କଥା ହୋଇଛନ୍ତି । ନୂଆ ଲୁକ୍‌ରେ ଦର୍ଶକ ପସନ୍ଦ କରିବେ କି ନାହିଁ, ସେ ନେଇ ରାଶି ଭୟଭୀତ ଥିଲେ । କିନ୍ତୁ ଦର୍ଶକଙ୍କ ଭଲପାଇବା ତାଙ୍କ ବିଶ୍ୱାସ ଆହୁରି ବଢ଼ାଇ ଦେଇଛି ।

ରାଶି କହିଛନ୍ତି, ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇବାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ସେ କହନ୍ତି । ଇଣ୍ଡଷ୍ଟ୍ରିରେ ତାଙ୍କର କେହି ମାର୍ଗଦର୍ଶକ ବା ପଥ ପ୍ରଦର୍ଶକ ନ ଥିଲେ । ସଚ୍ଚୋଟତାର ସହ କଠିନ ପରିଶ୍ରମ କରିବାର ସଂକଳ୍ପ ନେଇ ରାଶି ଆଗକୁ ବଢୁଛନ୍ତି । ମୁଁ ମଧ୍ୟ ଅନେକ ଥର ଫେଲ୍‌ ହୋଇଛନ୍ତି । କିନ୍ତୁ ନିଜ ଉପରୁ ବିଶ୍ୱାସ ହରାଇ ନାହାନ୍ତି ।