ସ୍କୁଟି ଚଳାଇ ଗ୍ରାହକଙ୍କ ଘରେ ଖାଦ୍ୟ ଦେଉଛନ୍ତି ରଶ୍ମିକା ମନ୍ଦାନା

ଗୋଟିଏ ପଟେ ଫିଲ୍ମ ପୁସ୍ପା ଧମାଲ କରୁଥିବା ବେଳେ ଏହି ଫିଲ୍ମର ସମସ୍ତ ଅଭିନେତାଙ୍କର ଅଭିନୟକୁ ଖୁବ୍ ପ୍ରଶଂସା କରାଯାଉଛି।

0

(ମୁମ୍ବାଇ) : ଗୋଟିଏ ପଟେ ଫିଲ୍ମ ପୁସ୍ପା ଧମାଲ କରୁଥିବା ବେଳେ ଏହି ଫିଲ୍ମର ସମସ୍ତ ଅଭିନେତାଙ୍କର ଅଭିନୟକୁ ଖୁବ୍ ପ୍ରଶଂସା କରାଯାଉଛି। ହେଲେ ଫିଲ୍ମ ପୁସ୍ପାରେ ଅଭିନେତ୍ରୀ ଭାବରେ ଅଭିନୟ କରିଥିବା ଦକ୍ଷିଣ ଭାରତୀୟ ନମ୍ବର ୱାନ୍ ହିରୋଇନ୍ ରଶ୍ମିକା ମନ୍ଦାନା ଏବେ ଫିଲ୍ମ ଷ୍ଟାର୍‌ରୁ ସାଜିଛନ୍ତି ଡେଲିଭରି ଗାର୍ଲ। ଏମିତିକି ନିଜେ ସ୍କୁଟି ଚଳାଇ ଗ୍ରାହକଙ୍କ ପାଖରେ ପହଞ୍ଚାଇଛନ୍ତି ଖାଦ୍ୟ ସାମଗ୍ରୀ।

ସୁଚନାନୁସାରେ, ମ୍ୟାକଡୋନାଲ୍ଡସ ଇଣ୍ଡିଆ ନିକଟରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହଯୋଗରେ ଏକ ସ୍ୱତନ୍ତ୍ର ଭୋଜନ ପ୍ରସ୍ତୁତ କରିଛି । ଏହି ଅଭିନେତ୍ରୀଙ୍କ ନାମରେ ମିଲ୍‌ର ନାଁ ହୋଇଛି ‘ଦି ରଶ୍ମିକା ମିଲ’। ଏଥିରେ ମନ୍ଦାନାଙ୍କ ପସନ୍ଦର ଖାଦ୍ୟ ସାମିଲ ରହିଛି। ଯେମିତିକି ମ୍ୟାକସ୍ପାଇସି ଫ୍ରାଇଡ୍ ଚିକେନ୍, ମ୍ୟାକସ୍ପାଇସି ଚିକେନ୍ ବର୍ଗର୍, ପିରି ପିରି ଫ୍ରାଇସ୍, ନିମ୍ବୁ ଫିଜ୍ ଏବଂ ମ୍ୟାକପ୍ଲରି। ରଶ୍ମିକାଙ୍କର ଏହିସବୁ ପ୍ରୀୟ ଖାଦ୍ୟକୁ ନିଜେ କିଛି ଭାଗ୍ୟଶାଳୀ ଗ୍ରାହକଙ୍କ ପାଖରେ ପହଞ୍ଚାଇଥିଲେ ମନ୍ଦାନା। ମଥାରେ ଟୋପି ପିନ୍ଧି ମୁହଁରେ ମାସ୍କ ପିନ୍ଧି ଖୁବ୍ ଉତ୍ସାହର ସହିତ ଗ୍ରାହକଙ୍କ ଘରକୁ ଯାଇ ଖାଦ୍ୟସାମଗ୍ରୀ ଦେଇଥିଲେ ଏହି ଅଭିନେତ୍ରୀ। ସେଆହୁରି କହିଛନ୍ତି ଯେ ମୁଁ ସବୁବେଳେ ମ୍ୟାକ୍ସିପି ଚିକେନ୍ ବରଗଡରେ ପିରି ପିରି ଫ୍ରାଇସ୍ ସହିତ ଖାଇବାକୁ ପସନ୍ଦ କରେ । ମୋ ଜୀବନର ସମସ୍ତ ଛୋଟ ବଡ଼ ବିଜୟ ଉତ୍ସବ ପାଳନ କରିବା ପାଇଁ ମ୍ୟାକଫ୍ଲୁରି ଅନ୍ୟ ଏକ ସ୍ଥାନ। ମ୍ୟାକଡୋନାଲ୍ଡକୁ ନେଇ ସମସ୍ତଙ୍କ ସହ ଶେୟାର କରିଥିବାରୁ ଖୁବ୍‌ ଉତ୍ସାହିତ ଥିବା କହିଥିଲେ ମନ୍ଦାନା।