ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ରାଷ୍ଟ୍ରପିତ ଭବନ ମ୍ୟୁଜିୟମ୍

ପର୍ଯ୍ୟଟକଙ୍କ ପାଇଁ ଖୋଲିବ ରାଷ୍ଟ୍ରପିତ ଭବନ ମ୍ୟୁଜିୟମ୍। ଅଗଷ୍ଟ ୧ ତାରିଖରୁ ଜଣ ସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ ମ୍ୟୁଜିୟମ ।

0

(ଦିଲ୍ଲୀ) : ପର୍ଯ୍ୟଟକଙ୍କ ପାଇଁ ଖୋଲିବ ରାଷ୍ଟ୍ରପିତ ଭବନ ମ୍ୟୁଜିୟମ୍। ଅଗଷ୍ଟ ୧ ତାରିଖରୁ ଜଣ ସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ ମ୍ୟୁଜିୟମ । ଆଉ ଏବେ ସଂକ୍ରମଣ ଧୀରେ ଧୀରେ କମିବାରୁ ଅଗଷ୍ଟ ୧ ତାରିଖରୁ ପୁଣିଥରେ ଖୋଲିବାକୁ ଯାଉଛି। ଏନେଇ ଶୁକ୍ରବାର ଅଧିକାରୀକ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ବୃଦ୍ଧି ହେବା ପରେ ଏହାକୁ ଏପ୍ରିଲ ମଝିରୁ ବନ୍ଦ କରିଦିଆଯାଇଥିଲା।

ସୂଚନାନୁଯାୟୀ , ଗେଜେଟେଡ୍‌ ଛୁଟିଦିନକୁ ଛାଡ଼ିଦେଲେ ସପ୍ତାହର ୬ଦିନ ରାଷ୍ଟ୍ରପତି ଭବନ ମ୍ୟୁଜିୟମ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ। ଏଥିପାଇଁ ବୁକିଂ କରି ଯିବାକୁ ପଡ଼ିବ। ବୁକିଂ କରିବାକୁ ହେଲେ ପର୍ଯ୍ୟକଙ୍କୁ ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଭିଜିଟ୍ କରିବାକୁ ପଡ଼ିବ। ଯଦି ଆପଣ ବୁଲିଯିବାକୁ ଚାହୁଁଛନ୍ତି ତେବେ https://presidentofindia.nic.in ଓ https://rashtrapatisachivalaya.gov.in/ or https://rbmuseum.gov.in/. ଭିଜିଟ୍ କରିପାରିବେ।