ମୃଦୁ ଭୂକମ୍ପରେ ଥରିଲା ସାରା ରାୟଗଡ଼ା

0

(ରାୟଗଡା) : ମୃଦୁ ଭୂକମ୍ପରେ ଥରିଲା ସାରା ରାୟଗଡ଼ା ଜିଲ୍ଲା । ଆଜି ଭୋର ପ୍ରାୟ ୪ଟାରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବାର ସୂଚନା ମିଳିଛି । ତେବେ ଏବେ ଯାଏଁ ରିକ୍ଟର ସ୍କେଲ୍‌ର ଭୁକମ୍ପ ତ୍ରିବତା କେତେ ଥିଲା ତାହା ଜଣାପଡ଼ିନଥିଲା ବେଳେ ଏନେଇ କିଛି କ୍ଷୟକ୍ଷତି ହୋଇଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଭୂକମ୍ପ ଅନୁଭୂତ ସମୟରେ ଲୋକମାନେ ଭୟଭୀତ ଥିବା ଦେଖିବାକୁ ମିଳିଥିଲା ।