ରାୟଗଡା କଲେଜରେ ମହାସମାବେଶ ଉତ୍ସବ ପାଳନ

0

(ମନୋଜ କୁମାର ସାହୁ): ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟସରକାରଙ୍କ ଅନୁଦାନ ଘୋଷଣା ପରେ ମହାବିଦ୍ୟାଳୟରେ ମହାସମାବେଶ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବରେ ରାଜ୍ୟସଭା ସଂସଦ ଏନ୍.ଭାସ୍କର ରାଓ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବବେଳେ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡକ୍ଟର ପୁରୁଷୋତ୍ତମ ଗମାଙ୍ଗ, ବିଧାୟିକା ଲାଲ ବିହାରୀ ହିମିରିକା, ଲୋକସଭା ସାଂସଦ ଝିନ ହିକାକା ଯୋଗଦେଇଥିଲେ । ୧୯୬୬ ମସିହାରେ ଏହି କଲେଜ ସ୍ଥାପିତ ହୋଇଥିଲା । କଲେଜକୁ ଅନୁଦାନ ଦେଇଥିବା ତିନୋଟି କମ୍ପାନୀ ଓ କଲେଜର ଉନ୍ନତିକରଣ କରିଥିବା ଫାଉଣ୍ଡର ମେମ୍ବରମାନଙ୍କୁ ସମ୍ମାନିତ କରାଯାଇଥିଲା । ଶିକ୍ଷାର୍ଥୀମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ ସଂସଦ ଏନ. ଭାସ୍କର ରାଓ । ଏହି ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅନେକ ବୁଦ୍ଧିଜୀବି ସାମିଲ ହୋଇଥିଲେ ।