ଡିପ୍ଳୋମା ଇଂଜିନିୟରମାନେ ଯିବେ ଛୁଟିରେ

0

(ମନୋଜ କୁମାର ସାହୁ) : ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ୪୪ଦିନ ଧରି ରାଜ୍ୟ ସରକାରଙ୍କ ଚରମ ଅବହେଳାର ପ୍ରତିବାଦରେ ରାଜ୍ୟରେ କାର୍ଯ୍ୟରତ ୮୫୦୦ଜଣ ଡିପ୍ଳୋମା ଇଂଜିନିୟରମାନେ ଛୁଟିରେ ଯିବେ ବୋଲି ଓଡିଶା ଡିପ୍ଳୋମା ଇଂଜିନିୟର୍ସ ସେବା ସଂଘର ରାୟଗଡା ଶାଖା ଡିଭିଜିନାଲ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଦୀର୍ଘ ୫ବର୍ଷ ଧରି ତାଙ୍କ ନ୍ୟାର୍ଯ୍ୟ ଦାବିକୁ ରାଜ୍ୟ ସରକାର ଶୁଣୁ ନ ଥିବାରୁ ସଂଘ ଏପରି ନିଷ୍ପତି ନେଇଥିବା କୁହାଯାଇଛି । ସେହିପରି ଡିଗ୍ରୀ ଇଂଜିନିୟରମାନଙ୍କୁ ସରକାର ୮୨ପ୍ରତିଶତ ପଦୋନ୍ନତି ଦେଉଥିବା ବେଳେ ଡିପ୍ଳୋମା ଇଂଜିନିୟରମାନଙ୍କୁ କେବଳ ୧୩ ପ୍ରତିଶତରେ ସୀମିତ ରଖିବା,ମୂଳ ନିଯୁୂକ୍ତି ପଦବୀ ସହକାରୀ ଯନ୍ତ୍ରୀ କରାଯିବା ଓ ପଦୋନ୍ନତି ହାର ୫୦ପ୍ରତିଶତକୁ ବୃଦ୍ଧି କରିବା,ଜିପିଟିଏ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନିୟମିତ କରିବା,ବର୍ତ୍ତମାନର କନିଷ୍ଠ ଯନ୍ତ୍ରୀଙ୍କୁ ସହକାରୀ ଯନ୍ତ୍ରୀ ପଦବୀରେ ପଦୋନ୍ନତି କରିବା,ଉପଯୁକ୍ତ ହାରରେ ଆରଏସିପି ପ୍ରଦାନ,ଅଣ ଇଂଜିନିୟରିଂ ବିଭାଗରେ ଡିପ୍ଳୋମା ଇଂଜିନିୟରମାନଙ୍କ କ୍ୟାଡର ପୁର୍ନଗଠନ ଇତ୍ୟାଦି ଦାବି କରି ସଂଘର ଜୋନାଲ ସାଧାରଣ ସଂପାଦକ ସନ୍ତୋଷ କୁମାର ପାଢୀ ପ୍ରକାଶ କରିଛନ୍ତି ।