ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀ ମୃତ

0

( ସନ୍ତୋଷ କୁମାର ଲମ୍ବଟ): ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରଶ୍ମିତା ନୂଆ ଖାଇରେ ନିଜ ଗାଁକୁ ଆସିଥିଲେ । ନୂଆଖାଇ ପାଳନପରେ ସେ ଛାତ୍ରୀ ଆଶ୍ରମକୁ ଫେରିଯାଇଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କୁ ହଠାତ୍ ଜ୍ୱର ହୋବାରୁ ସ୍କୁଲ କତ୍ତୃପକ୍ଷ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିତାଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍କୁଲ କତ୍ତୃପକ୍ଷ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।